ଡା. ଆଶିଷ ପଟ୍ଟନାୟକଙ୍କ ପରଲୋକ

Advertisment
ଡା. ଆଶିଷ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ଭେଷଜ ବିଶେଷଜ୍ଞ ଆଶିଷ କୁମାର ପଟ୍ଟନାୟକଙ୍କ ଆଜି ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୭୬ ବର୍ଷ ହୋଇଥିଲା। ସେ ବାଲେଶ୍ବର ମଲ୍ଲିକାଶପୁର ମାନସ ରଞ୍ଜନ ପଟ୍ଟନାୟକଙ୍କ ପୁତ୍ର ଓ ଆଇପିଏସ୍‌ ଅଫିସର ଅନୁପ ପଟ୍ଟନାୟକଙ୍କ ବଡ଼ଭାଇ। ଦୀର୍ଘଦିନ ଧରି ସେ ବାରିପଦା, ଭଦ୍ରକ ଓ ଭୁବନେଶ୍ୱରର ବିଭିନ୍ନ ସରକାରୀ ଚିକିତ୍ସାଳୟରେ କାମ କରି ସୁନାମ ଅର୍ଜନ କରିଥିଲେ।

ଆଜି ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ, ଦୁଇ ପୁଅ, ବୋହୂ ଏବଂ ଏକମାତ୍ର କନ୍ୟା ଓ ଜ୍ବାଇଁ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe