ଭୁବନେଶ୍ବର: ସାହିତ୍ୟ ପତ୍ରିକା ‘ସାହିତ୍ୟ ଦର୍ପଣ’ ପକ୍ଷରୁ ବର୍ଷ ୨୦୨୨ ପାଇଁ ‘ସାହିତ୍ୟ ଦର୍ପଣ ପୁରସ୍କାର ଓ ସମ୍ମାନ’ ଘୋଷଣା କରାଯାଇଛି। ସାମଗ୍ରିକ ସାହିତ୍ୟ କୃତି ପାଇଁ ଡ. ଶୁଭଶ୍ରୀ ଲେଙ୍କାଙ୍କୁ ସମ୍ମାନଜନକ ସାହିତ୍ୟ ଦର୍ପଣ ପୁରସ୍କାର ପ୍ରଦାନ କରାଯିବ।
ପୁରସ୍କାର ବାବଦକୁ ନଗଦ ୫ ହଜାର ଟଙ୍କା, ମାନପତ୍ର, ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ସେହିପରି କବି ତୁହିନାଂଶୁ ରଥଙ୍କୁ ସାହିତ୍ୟ ଦର୍ପଣ ସ୍ବତନ୍ତ୍ର କବିତା ସମ୍ମାନ, ବିଶିଷ୍ଟ ବ୍ୟଙ୍ଗକବି ଜ୍ଞାନ ହୋତା, କ୍ଷୁଦ୍ରଗଳ୍ପ ପାଇଁ ଗାଳ୍ପିକା ଡ. ଜ୍ୟୋତ୍ସ୍ନା ତ୍ରିପାଠୀ, କବିତା ପାଇଁ ଡ. ସୁଚିତ୍ରା ରଥ, କବି ପ୍ରସନ୍ନ ସ୍ବାଇଁଙ୍କୁ ସାହିତ୍ୟ ଦର୍ପଣ ସମ୍ମାନ ପ୍ରଦାନ କରାଯିବ। ଆସନ୍ତାବର୍ଷ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର, ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ।
Follow Us