ଜୀବନରେ ଲକ୍ଷ୍ୟ ବଡ଼, ସମସ୍ୟା ନ୍ୟୂନ

Advertisment

ଡ. ବିବେକ ବିନ୍ଦ୍ରାଙ୍କ ପ୍ରେରଣାଦାୟୀ ଭାଷଣ

ଡ. ବିବେକ ବିନ୍ଦ୍ରାଙ୍କ ପ୍ରେରଣାଦାୟୀ ଭାଷଣ

ଜୀବନରେ ଲକ୍ଷ୍ୟ ବଡ଼, ସମସ୍ୟା ନ୍ୟୂନ

ଖଣ୍ଡଗିରି : ସବୁ ସମୟରେ ଜୀବନରେ ଲକ୍ଷ୍ୟ ହେଉଛି ବଡ଼ ଓ ଗୁରୁତ୍ୱପୂର୍ଣ ପ୍ରସଙ୍ଗ। ନିହାତି ଆବଶ୍ୟକ ବୋଲି ମନେ କରିବା ସହ କଠିନ ପରିଶ୍ରମ କରି ଲକ୍ଷ୍ୟ ପଛରେ ଧାଇଁଲେ ସଫଳତା ମିଳିବା ମୋଟେ ଅସମ୍ଭବ ହେବ ନାହିଁ। ଜୀବନ ସହ ସମସ୍ୟା ସବୁବେଳେ ଜଡ଼ିତ। କିନ୍ତୁ ସମସ୍ୟାକୁ ବଡ଼ ବୋଲି ଭାବିବା ଉଚିତ୍‌ ନୁହେଁ। ସମସ୍ୟା ପାଇଁ ସମାଧାନର ବାଟ ରହିଥାଏ। ଟିକିଏ ମନଯୋଗ ଦେଇ ସମାଧାନ ଖୋଜିଲେ ମିଳିଯାଏ। ଆଜି ଶିକ୍ଷା ଓ ଅନୁସନ୍ଧାନ ବିିଶ୍ୱବିଦ୍ୟାଳୟର କ୍ୟାମ୍ପସ-୨ ପ୍ରେକ୍ଷାଳୟରେ ଆଜିଏଲ୍‌ ଟ୍ରେଡିଂ ଆଣ୍ଡ୍‌ ମାର୍କେଟିଂ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆୟୋଜିତ ଏକ ସମାରୋହରେ ବକ୍ତାମାନେ ଛାତ୍ରଛାତ୍ରୀମାନଙ୍କୁ ଏଭଳି ପ୍ରେରଣାଦାୟୀ ବକ୍ତବ୍ୟ ଦେଇଛନ୍ତି।

ମୁଖ୍ୟବକ୍ତାଭାବେ ଯୋଗ ଦେଇ ପ୍ରଖ୍ୟାତ ବକ୍ତା ଡ. ବିବେକ ବିନ୍ଦ୍ର କହିଥିଲେ ଯେ ନିଜର ଲକ୍ଷ୍ୟକୁ ସବୁ ସମୟରେ ଗୁରୁତ୍ୱର ସହ ନେବା ଜରୁରି। ଲକ୍ଷ୍ୟ ପୂରଣ ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ। ଏଥିପାଇଁ ବହୁ ସମୟରେ ଭୁଲ୍‌ ହୋଇଯାଏ। କିନ୍ତୁ ସେଥିରେ ବିଚଳିତ ବେହାର କିଛି ନାହିଁ। ମଣିଷ ଭୁଲ୍‌ରୁ ହିଁ ବଡ଼ ଅନୁଭୂତି ସହିତ ଠିକ୍‌ ବାଟର ସନ୍ଧାନ ପାଇଥାଏ। ଭୁଲ୍‌ର କାରଣ ଖୋଜି ବସିଲେ ସଫଳତାର ଉପାୟ ମିଳିଯାଏ। ଲକ୍ଷ୍ୟ ସାଧନ ପାଇଁ ବାରମ୍ବାର ଭୁଲ୍‌ କଲେ କିଛି ଯାଏ ଆସେ ନାହିଁ। କିନ୍ତୁ ମନୋବଳକୁ ଦୃଢ଼ କରି ପୁଣି ଲକ୍ଷ୍ୟ ପଛରେ ଧାଇଁବା ଜରୁରି ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ର ପଢ଼ାଇଥିଲେ। ଏହି ଅବସରରେ ଅତିଥି ମାନସ ମିଶ୍ର ସମସ୍ୟା ଓ ତା’ର ସମାଧାନର ପନ୍ଥା ଉପରେ କହିଥିଲେ। ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ମାଧବ ଚନ୍ଦ୍ର ସ୍ୱାଇଁଙ୍କୁ ଲାଇଫ୍‌ ଟାଇମ୍‌ ଆଓ୍ଵାର୍ଡ ପ୍ରଦାନ କରାଯାଇଥିଲା। ଆଜିଟେଲ୍‌ ଟ୍ରେଡିଂ ଆଣ୍ଡ୍‌ ମାର୍କେଟିଂ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ପ୍ରକାଶଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe