ଗଦା ହୋଇଛି କୁଢ଼କୁଢ଼ ଅଳିଆ, ସଫା ହେଉନି ଡ୍ରେନ୍

Advertisment

ବିଏମସି କମିସନରଙ୍କୁ ଭୁବନେଶ୍ବର ସାଂସଦଙ୍କ ଚିଠି

ବିଏମସି କମିସନରଙ୍କୁ ଭୁବନେଶ୍ବର ସାଂସଦଙ୍କ ଚିଠି

ଗଦା ହୋଇଛି କୁଢ଼କୁଢ଼ ଅଳିଆ, ସଫା ହେଉନି ଡ୍ରେନ୍

ଭୁବନେଶ୍ବର : ସ୍ମାର୍ଟ ସିଟି ଭୁବନେଶ୍ବରରେ କୁଢ଼କୁଢ଼ ଅଳିଆ ସଫା ହେଉନି। ଏ ନେଇ ଉଦବେଗ ପ୍ରକାଶ କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ବର ମହାନଗର ନିଗମ କମିସନର ସମର୍ଥ ବର୍ମାଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ବର୍ଷା ଦିନ ଆସିଲାଣି ଏବେସୁଦ୍ଧା ସହରର କେତେକ ସ୍ଥାନରେ ବଡ଼ବଡ଼ ଡ୍ରେନ୍ ସଫାହୋଇନି। ଅଳିଆ ଆବର୍ଜନା ଗଦା ହୋଇ ପଡ଼ିଥିଲେ ବି ସେଗୁଡ଼ିକ ସଫା କରାଯାଉନି। ଏ ନେଇ କେତେଜଣ ସହରବାସୀ ତାଙ୍କୁ ଅଭିଯୋଗ କରିବାରୁ ସେ ନିଜେ ସ୍ଥିତିର ଅନୁଧ୍ୟାନ କରିଥିଲେ। ବାସ୍ତବରେ ଅଳିଆ ଗଦା ଉଠିନଥିବା ଦେଖିବାକୁ ପାଇଥିଲେ। ଏପରିକି କେତେକ ସ୍ଥାନରେ ପାହାଡ଼ ପରି ଅଳିଆ ଗଦା ହୋଇ ରହିଥିବା ମଧ୍ୟ ସେ ଦେଖିବାକୁ ପାଇଥିବା ଚିଠିରେ ଜଣାଇଛନ୍ତି।

ଡ୍ରେନ୍ ଗୁଡ଼ିକରୁ ନିୟମିତ ବ୍ୟବଧାନରେ ପଟୁମାଟି କଢ଼ାନଯିବାରୁ ସାମାନ୍ୟ ବର୍ଷା ହେଲେ ସହରରେ ପାଣି ଜମା ହେଉଛି। ଏବେ ବର୍ଷାଦିନ ଆସିଲାଣି। ସହରର ଅଧିକାଂଶ ନାଳ ନର୍ଦ୍ଦମାରୁ ପଟୁ ମାଟି କଢ଼ାଯାଇନି। ଏହାକୁ ଦୃଷ୍ଟିରେ ରଖି ଯେପରି ନିୟମିତ ଅଳିଆ ସଫା ହେବା ସହ ଡ୍ରେନ୍‌ଗୁଡ଼ିକରୁ ମାଟି କଢ଼ାଯିବ, ସେଥିପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କମିସନର ଶ୍ରୀ ବର୍ମାଙ୍କୁ ସେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe