ଗାଁ ଦାଣ୍ଡରେ ଲହଡ଼ି ମାରୁଛି ନର୍ଦମ‌ା ଜଳ

ଗାଁ ଦାଣ୍ଡରେ ଲହଡ଼ି ମାରୁଛି ନର୍ଦମ‌ା ଜଳ

ଖଣ୍ଡଗିରି: ବର୍ଷ ସାରା ଗାଁ ଦାଣ୍ଡରେ ନର୍ଦମା ଜଳ ଲହଡ଼ି ମାରୁଛି। ଫଳରେ ପଙ୍କ ଲଟପଟ ଗାଁ ଦାଣ୍ଡ ଯାତାୟାତ ଉପଯୋଗୀ ହୋଇ ରହିନାହିଁ। କିନ୍ତୁ ଏହା ବିରୋଧରେ କହିବାକୁ କାହାର ଜୁ’ ନାହିଁ। ଯେଉଁମାନେ ଘରର ଆବର୍ଜନା ପାଣି ଦାଣ୍ଡକୁ ଛାଡ଼ୁଛନ୍ତି, ସେମାନେ ଏତେ ପ୍ରଭାବଶାଳୀ ଯେ କହିଲେ ମୁଣ୍ଡ ନ ରହିବା ପରିସ୍ଥିତି ସୃଷ୍ଟି ହେବ। ପଞ୍ଚାୟତଠାରୁ ଆରମ୍ଭ କରି ପୁଲିସ ପ୍ରଶାସନ ପର୍ଯ୍ୟନ୍ତ ସମ‌ସ୍ତେ କେବଳ ନିରବଦ୍ରଷ୍ଟା ହୋଇ ରହିଛନ୍ତି। ତେଣୁ ଧୀରେ ଧୀରେ ଏହାକୁ ନେଇ ଗାଁରେ ଅସନ୍ତୋଷ ବଢ଼ିବାରେ ଲାଗିଛି ଓ କେତେବେଳେ ଏହା ଭୟଙ୍କର ଗୋଷ୍ଠୀ ବିବାଦର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ମାତ୍ର ୫/୬ଟି ପରିବାର ଏହି ଅସ୍ବଚ୍ଛ କାମ କରୁଛନ୍ତି। ସେମାନେ ଘରର ସମସ୍ତ ବ୍ୟବହୃତ ଜଳକୁ ଦାଣ୍ଡକୁ ଛାଡ଼ି ଦେଉଛନ୍ତି। ଏମିତିକି ଗୋରୁମୂତ୍ର ମଧ୍ୟ ଗାଁ ଦାଣ୍ଡରେ ଢାଳୁଛନ୍ତି। ଫଳରେ ବର୍ଷ ସାରା ପ୍ରାୟ ୧୦୦ ମିଟର ଲମ୍ବରେ ଦାଣ୍ଡ ଆଣ୍ଠୁଏ ପଙ୍କରେ ପୋତି ହୋଇ ରହୁଛି। ଯାତାୟାତ କଥା ଯେତିକି, ପଚାଗନ୍ଧ ମଧ୍ୟ ସେତିକି କଷ୍ଟଦାୟକ ହେଉଛି। କେହି ପ୍ରତିବାଦ କଲେ, ପୁରୁଷ ଓ ମହିଳାମାନେ ମିଶି କଳି କରିବାକୁ ବାହାରି ପଡ଼ୁଛନ୍ତି। ତେଣୁ ଗାଁଟି ଯାକର ଲୋକେ ଡରି ମରି ସେମିତି କାଦୁଅ ପଙ୍କରେ ଘାଣ୍ଟିଚକଟି ହେଉଛନ୍ତି ପଛେ, ପ୍ରତିବାଦ କରିବାକୁ ସାହାସ କରୁନାହାନ୍ତି। ଏ ସଂପର୍କରେ ଗ୍ରାମବାସୀ ଚନ୍ଦକା ଥାନାରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe