ମଞ୍ଚସ୍ଥ ହେଲା ନାଟକ ‘ଅଧୁରା ସ୍ବପ୍ନ’

ଜଳସେଚନ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

ମଞ୍ଚସ୍ଥ ହେଲା ନାଟକ ‘ଅଧୁରା ସ୍ବପ୍ନ’

ଭୁବନେଶ୍ବର: ଜଳସେଚନ ସାଂସ୍କୃତିକ ପରିଷଦର ୧୧ତମ ବାର୍ଷିକ ଉତ୍ସବର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଦିଲ୍ଲୀପ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ଭକ୍ତ ରଜଂନ ମହାନ୍ତି, ଚନ୍ଦ୍ର ଶେଖର ପାଢ଼ୀ, ମୁକୁଲ ଚନ୍ଦ୍ର ବେରା ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଜଳସେଚନ କର୍ମଚାରୀଙ୍କ ଦ୍ବାରା ‘ଅଧୁରା ସ୍ବପ୍ନ’ ନାଟକ ମଞ୍ଚସ୍ଥ ହୋଇଥିଲା। ସୌମ୍ୟରଞ୍ଜନ ମହାନ୍ତି ନାଟକର ନିର୍ଦ୍ଦେଶନା ଦେଇଥିବା‌ବେଳେ ଦୀପ୍ତି ରଜଂନ ଦାସ ସଂପାଦନା କରିଥିଲେ। ଏଥିସହ ବାର୍ଷିକ ପତ୍ରିକା ‘ଜଲ୍‌ସା‌’ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ସୁନାକର ପାତ୍ର ମେମୋରିଅଲ ଆୱାର୍ଡ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସଭାପତି ପ୍ରଭାତ ମହାନ୍ତି ଓ ସମ୍ପାଦକ ଅମିତାଭ ମହାନ୍ତି ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe