ଓଡ଼ିଶା ମୋ ପରିବାର ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

Advertisment
ଓଡ଼ିଶା ମୋ ପରିବାର ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ବର: ଓଡ଼ିଶା ମୋ ପରିବାର ପକ୍ଷରୁ ସୁନ୍ଦରପଦାସ୍ଥିତ ହାଇଟେକ୍ ପ୍ଲାଜ‌ା ଆପାର୍ଟମେଣ୍ଟ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତ‌ା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆପାର୍ଟମେଣ୍ଟର ୫ ବର୍ଷରୁ ୧୬ ବର୍ଷ ପର୍ଯ୍ୟନ୍ତ ବୟସର ୬୦ଜଣ ପିଲା ଯୋଗ ଦେଇଥିଲେ।

ବୟସ ଅନୁସାରେ ପ୍ରତିଯୋ‌ଗୀମାନଙ୍କୁ ୩ଟି ବିଭାଗରେ ବିଭକ୍ତ କରାଯାଇଥିଲା। କୁମାରୀ ପାଢ଼ୀ ଓ ଜୟଶ୍ରୀ ଜେନା ବିଚାରକ ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଓଡ଼ିଶା‌ ମୋ ପରିବାର ତରଫରୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାରର ଆବ‌ାହକ ଅରୂପ ପଟ୍ଟନାୟକ, ଯୁଗ୍ମ ସଂପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ଆଇନ୍ ଉପଦେଷ୍ଟା ଅବନୀ ସାହୁ, ସ୍ବାସ୍ଥ୍ୟ ଉପଦେଷ୍ଟା ସତ୍ୟଜିତ ଦାଶ, କଳା ଓ ସଂସ୍କୃତି ଉପଦେଷ୍ଟା ସୂର୍ଯ୍ୟ ରଥ, ହାଇଟେକ ପ୍ଲାଜାର ଉପସଭାପତି ନିଲୋତ୍ରୀ ସାମନ୍ତରାୟ, ସଭାପତି ବିନୋଦ ପଣ୍ଡା, ସଂପାଦକ ପ୍ରବୋଧ କୁମାର ସାମଲ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe