‘ଧଉଳି ଚାରୁକଳା ମହାବିଦ୍ୟାଳୟ’ ପକ୍ଷରୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରକଳା ପ୍ରତିଯୋଗିତା

Advertisment
‘ଧଉଳି ଚାରୁକଳା ମହାବିଦ୍ୟାଳୟ’ ପକ୍ଷରୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରକଳା ପ୍ରତିଯୋଗିତା

ଭୁବନେଶ୍ୱର : ବଣ, ଜଙ୍ଗଲ ଓ ପାହାଡ଼ ଘେରା ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ପ୍ରତିଭା ଓ ସୃଜନଶୀଳତାର ବିକାଶ ପାଇଁ ‘ଧଉଳି ଚାରୁକଳା ମହାବିଦ୍ୟାଳୟ’ ପକ୍ଷରୁ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଛି। ଏହି ଅବସରରେ ପ୍ରାଥମିକ ପ୍ରର୍ଯ୍ୟାୟରେ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ନିକଟସ୍ଥ କନ୍ଦଳେଇ ଗ୍ରାମର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସମାଜସେବୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ବାଲୁକାଶିଳ୍ପୀ ସୁବଳ ମହାରଣା, ଅନସୂୟା ସାହୁ, ପ୍ରିୟବ୍ରତ ପଣ୍ଡା, ମଳୟ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଫେବ୍ରୁଆରିରେ ଧଉଳିଠାରେ ଅନୁଷ୍ଠିତ ହେବାକୁ ଥିବା ‘ଆନ୍ତର୍ଜାତିକ ଧଉଳି ଚାରୁକଳା ଉତ୍ସବ’ ଅବସରରେ କୃତୀ ପ୍ରତିଯୋଗୀଙ୍କ ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନିତ କରାଯିବା ସହ ସେମାନଙ୍କୁ ସମ୍ବର୍ଧିତ କରାଯିବ ବୋଲି ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe