ଶ୍ରୀଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟର ଚିତ୍ରାଙ୍କନ, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତl

Advertisment

ଶ୍ରୀଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ, ବସନ୍ତପୁର ତରଫରୁ ଡ଼କ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ୭୬ ତମ ଜନ୍ମଦିନ ଉପଲକ୍ଷେ ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ୟୁନିଟ-୧, ଭୁବନେଶ୍ୱରସ୍ଥିତ କସ୍ତୁରବା ନାରୀ ମହଲ ଠାରେ ଅନୁଷ୍ଠିତ ହୋଇଯାଇଛିl 

ଶ୍ରୀଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ, ବସନ୍ତପୁର ତରଫରୁ ଡ଼କ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ୭୬ ତମ ଜନ୍ମଦିନ ଉପଲକ୍ଷେ ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ୟୁନିଟ-୧, ଭୁବନେଶ୍ୱରସ୍ଥିତ କସ୍ତୁରବା ନାରୀ ମହଲ ଠାରେ ଅନୁଷ୍ଠିତ ହୋଇଯାଇଛିl 

Drawing competition

Drawing competition Photograph: (Sambad )

ଭୁବନେଶ୍ୱର: ଶ୍ରୀଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ, ବସନ୍ତପୁର ତରଫରୁ ବିଶିଷ୍ଟ ସାଇଭକ୍ତ ତଥା ସାଇ ଅଧ୍ୟାତ୍ମଦର୍ଶନର ବିଶିଷ୍ଟ ପ୍ରଚାରକ, ଅଧ୍ୟାତ୍ମିକ ଗୁରୁ, ଗୁରୁଜୀ ଡ଼କ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ୭୬ ତମ ଜନ୍ମଦିନ ଉପଲକ୍ଷେ ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ୟୁନିଟ-୧, ଭୁବନେଶ୍ୱରସ୍ଥିତ କସ୍ତୁରବା ନାରୀ ମହଲ ଠାରେ ଅନୁଷ୍ଠିତ ହୋଇଯାଇଛିl 

ଏହି କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେl କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଏକ୍ରମ ବିଧାୟକ ବାବୁ ସିଂ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲଚନା ଦାସ,  ଓଟିଆର ରେଜିଷ୍ଟ୍ରର ରେଣୁପ୍ରଭା ନାୟକ ସ୍ଥାନୀୟ କର୍ପୋରେଟର ନଜୀୟା ବେଗମ ଓ ପାଇଲଟ କ୍ୟାପଟେନ ସାରଦା ଦାସ ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଶିରିଡି ସାଇ ଚାରିଟେ ବଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଡ. ରୁଦ୍ର ମହାନ୍ତିଙ୍କ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଉକ୍ତ ଉତ୍ସବରେ ଅନୁଷ୍ଠାନର କର୍ମକର୍ତ୍ତା, ଜ୍ଞାନରଂଜନ ମହାନ୍ତି,  ଅମିତାଭ ସାହୁ, ଡ. ଟୁନା ସାହୁ, ସତ୍ୟ ଶେଖର ପରିଡା, ସଚିନ ସେନାପତି, ଅଜିତ ଷଡ଼ଙ୍ଗୀ, ଦୁର୍ଗା ତ୍ରିପାଠୀ ଏବଂ  ବିଚାରକ ଶରତ ମଲିଆ, ସୁନଦା ସାହୁ, କୁଞ୍ଜ ବିହାରୀ ନାୟକ ଓ କାମାକ୍ୟ ଅତିବୁଦ୍ଧି କାର୍ଯ୍ୟକ୍ରମରେ ସହଯୋଗ ଓ ପରିଚାଳନା କରିଥିଲେl କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓ ଏହାର ଆଖପାଖ ବିଦ୍ୟାଳୟର ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe