ଆଉ ତିନିଟି ସ୍ଥାନରେ ଆରମ୍ଭ ହେଲା ଡ୍ରାଇଭ୍ ଇନ୍ ଟିକା

Advertisment
ଆଉ ତିନିଟି ସ୍ଥାନରେ ଆରମ୍ଭ ହେଲା ଡ୍ରାଇଭ୍ ଇନ୍ ଟିକା

ଭୁବନେଶ୍ବର : ଜୁଲାଇ ୧୫ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଟିକା ଦେବାକୁ ଯୋଜନା ହୋଇଥିବାରୁ ବିଏମ୍‌ସି ପକ୍ଷରୁ ତିନିଟି ଡ୍ରାଇଭ୍‌ ଇନ୍ ଟିକା କେନ୍ଦ୍ର ବଢ଼ାଯାଇଛି। ଏବେ ୭ଟି ଡ୍ରାଇଭ୍ ଇନ୍ ଟିକା କେନ୍ଦ୍ରରେ ଦିନକୁ ପ୍ରାୟ ୪୨୦୦ ଲୋକଙ୍କୁ ଟିକା ଦିଆଯାଉଥିବାବେଳେ ୧୦ଟି କେନ୍ଦ୍ରରେ ପ୍ରାୟ ୮ହଜାର ଲୋକଙ୍କୁ ଦୈନିକ ଟିକା ଦେବାକୁ ଯୋଜନା ହୋଇଛି। ଏଥିପାଇଁ ଆଜିଠାରୁ ବିଏମ୍‌ସି ପକ୍ଷରୁ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି। ବିଏମ୍‌ସି ପକ୍ଷରୁ ପୋଖରୀପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୬, ପଟିଆରେ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଖଣ୍ଡଗିରି ବାରି ସ୍ଥିତ କମ୍ୟୁନିଟି ସେଣ୍ଟରରେ ଡ୍ରାଇଭ୍‌ ଇନ୍ ଟିକା କେନ୍ଦ୍ର ହେବ। ଏଠାରେ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୧୮ରୁ ୪୪ବର୍ଷ ଏବଂ ୪୫ବର୍ଷରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯିବ। ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ୪୫ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଦିଆଯିବ। ଏହି ତିନିଟି କେନ୍ଦ୍ରରେ ଜୁନ୍‌ ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ଟିକାକରଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe