ଡ୍ରାଇଭର ମହାସଂଘ ଆନ୍ଦୋଳନ ଘଟଣା: ପୂର୍ବାହ୍ନରେ ଗିରଫ, ଅପରାହ୍ନରେ ଜାମିନ

Advertisment

୧୮୦ ଚିହ୍ନଟ, ୩୬ ଜଣଙ୍କୁ ନୋଟିସ୍

୧୮୦ ଚିହ୍ନଟ, ୩୬ ଜଣଙ୍କୁ ନୋଟିସ୍

ଡ୍ରାଇଭର ମହାସଂଘ ଆନ୍ଦୋଳନ ଘଟଣା: ପୂର୍ବାହ୍ନରେ ଗିରଫ, ଅପରାହ୍ନରେ ଜାମିନ

ଭୁବନେଶ୍ବର: ରାଜଧାନୀକୁ ଦୋହଲାଇ ଦେଇଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆନ୍ଦୋଳନ, ହିଂସାକାଣ୍ଡ, ୧୪୪ ଧାରା ଜାରି କରା ଯାଇଥିବା ରାସ୍ତାକୁ ଅବରୋଧ କରିବା ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ।

ସେମାନେ ହେଲେ ବାବୁଲା ତ୍ରିପାଠୀ ଓ ବୁଲୁ ଓରଫ୍ ଗୁପ୍ତେଶ୍ବର ମହାନ୍ତି। ଦୁଇ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଏସଡିଜେଏମଙ୍କ କୋର୍ଟରେ ହାଜର ପରେ ଅଭିଯୁକ୍ତଙ୍କ ଓକିଲ ଜାମିନ ଆବେଦନ କରିଥିଲେ। ମାଜିଷ୍ଟ୍ରେଟ୍ ଶୁଣାଣି କରି ଦୁଇ ଅଭିଯୁକ୍ତଙ୍କୁ ଜଣେ ଲେଖାଏ ଜାମିନଦାର ଓ ୨୦ ହଜାର ଟଙ୍କା ବଦଳରେ ଜାମିନ ମଞ୍ଜୁର କରିଥିଲେ ବୋଲି ମାମଲା ଲଢ଼ୁଥିବା ଓକଲି ଦିବ୍ୟ ଆନନ୍ଦ ମିଶ୍ର ସୂଚନା ଦେଇଛନ୍ତି। ଡ୍ରାଇଭର ମହାସଂଘର ଆନ୍ଦୋଳନ ଓ ହିଂସା ସଂକ୍ରାନ୍ତରେ ତିନିଟି ମାମଲା ରୁଜୁ ହୋଇଥିଲା। ଦୁଇ ଅଭିଯୁକ୍ତ କ୍ୟାପିଟାଲ ଥାନା କେସ୍ ନଂ-୨୨୬/୨୨, ଆଇପିସି ଦଫା-୧୪୭, ୧୪୮, ୩୨୩, ୫୦୬, ୩୫୩, ୧୪୯ ଏବଂ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ-୯୬ ଅନୁସାରେ ଗିରଫ ହୋଇଥିଲେ। ସେହିପରି ବିଭିନ୍ନ ଭିଡିଓ ଫୁଟେଜକୁ ଆଧାର କରି ପୁଲିସ ୧୮୦ ଜଣଙ୍କୁ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ନୋଟିସ୍ ଜାରି କରା ଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe