ବିଶ୍ୱାସଘାତକ ଡ୍ରାଇଭର୍ ଗିରଫ, ଲୁଟିନେଲା ମାଲିକାଣୀଙ୍କ ହୀରା ଓ ସୁନାଗହଣା

Advertisment
ବିଶ୍ୱାସଘାତକ ଡ୍ରାଇଭର୍ ଗିରଫ, ଲୁଟିନେଲା ମାଲିକାଣୀଙ୍କ ହୀରା ଓ ସୁନାଗହଣା

ଭୁବନେଶ୍ୱର : ବିଶ୍ୱସଘାତକ ସାଜିଲା ଡ୍ରାଇଭର। ମାଲିକାଣୀଙ୍କ ଅନୁପସ୍ଥିତିର ଫାଇଦା ଉଠାଇ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ହୀରା ଓ ସୁନା ଅଳଙ୍କାର ଲୁଟି ନେଲା। ତେବେ ଅଭିଯୋଗ ହେବା ପ‌ରେ ଛାନ୍‌ଭିନ୍‌ କରି ଖଣ୍ଡଗିରି ପୁଲିସ ଆଜି ତା’କୁ ଗିରଫ କରିଛି। ସେ ହେଲା, କନ୍ଧମାଳ ଜିଲ୍ଲା କୁମ୍ଭାରକୁପା ଗାଁ’ର ସୂରଜ କୁମାର ନାୟକ ଓରଫ ଜନ୍(୩୦)। ପୁଲିସ ତା’ ପାଖରୁ ଚୋରି ହୋଇଥିବା ୩ଟି ହୀରା ମୁଦି, ୩ଟି ସୁନା ମୁଦି, ୨ଟି ସୁନା ଲକେଟ୍ ଓ ଗୋଟିଏ ସୁନା ଚେନ୍ ଜବତ କରିଛି।

publive-image

ଖବର ଅନୁଯାୟୀ, ଖଣ୍ଡଗିରିବିହାରସ୍ଥିତ ତେଜାସ୍‌ରେ ନମିତା ମହାନ୍ତି ରୁହନ୍ତି। କୋଠାର ଉପର ମହଲାକୁ ସେ ଅଫିସ୍‌ ଭାବେ ବ୍ୟବହାର କରୁଥିବା ବେଳେ ତଳ ମହଲାରେ ରୁହନ୍ତି। ସୂରଜ ତାଙ୍କର କାର୍‌ ଡ୍ରାଇଭର ଭାବେ କାମ କରୁଥିଲା। କାର୍ ଚଳାଇବା ସହ ଘରର ଅନ୍ୟାନ୍ୟ କାମରେ ବି ସୂରଜ ନମିତାଙ୍କୁ ସାହାଯ୍ୟ କରୁଥିଲା। ତେଣୁ ନମିତା ତାକୁ ଖୁବ୍‌ ବିଶ୍ବାସ କରୁଥିଲେ। ଏମିତିକି ଘରର ସବୁ ଚାବିକାଠି ତା’ ହାତରେ ଧରାଇ ଦେଇଥିଲେ। ଗତ ୧୪ ତାରିଖ ଦିନ ନମିତା ଉପର ମହଲାରେ ଥିବା ତାଙ୍କ ଅଫିସରେ କାମ କରୁଥିବା ବେଳେ ସୂରଜ ତଳ ମହଲାରେ ଘରର ଅନ୍ୟ କାମ କରୁଥିଲା। ଏହି ବାହାନାରେ ସେ ଲକର୍‌ରେ ଥିବା ସମସ୍ତ ସୁନା ଓ ହୀରା ଗହଣା ଚୋରି କରିନେଇଥିଲା। ଚୋରି କରିବା ପରେ ସେ ବାହାନା କରି ଛୁଟିରେ ଯାଇ ଆଉ ଫେରିନଥିଲା। ସନ୍ଦେହ ହେବାରୁ ନମିତା ଲକର୍‌ ଯାଞ୍ଚ କରି ଗହଣା ଚୋରି ବାବଦରେ ଜାଣିଥିଲେ ଓ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe