ବିଶ୍ବାସଘାତ ଚାଳକ ଗିରଫ, ଦେଢ଼ଲକ୍ଷ ଟଙ୍କା ଜବତ

କାଲଭମ-୬୨୫ ଓ ଅନ୍ୟ ନକଲି ଔଷଧ ମାମଲା: ବାରାଣାସୀରୁ କିଙ୍ଗ ପିନ୍‌ ସହିତ ୫ ଗିରଫ

Image Courtesy of The Quint

ଭୁବନେଶ୍ବର: ମାଲିକଙ୍କ ଘରୁ ଦେଢ଼ ଲକ୍ଷ ଟଙ୍କା ଚୋରି ଅଭିଯୋଗରେ ଜଣେ ବିଶ୍ବାସଘାତକ ଚାଳକକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେ ହେଲା, ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳର ସୁଧାଂଶୁ କୁମାର ପଣ୍ଡା ଓରଫ ବୁଲୁ(୩୦)। ପୁଲିସ ତାଠାରୁ ନଗଦ ଦେଢ଼ଲକ୍ଷ ଟଙ୍କା ଜବତ କରିଛି। ଦୀର୍ଘ ଦିନ ହେବ ବୁଲୁ ନୂଆପଲ୍ଲୀ ଅଞ୍ଚଳର ନମିତା ରୟଙ୍କ ଗାଡ଼ି ଚାଳକ ଭାବେ କାମ କରୁଥିଲା। ନମିତାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଘରର ପ୍ରାୟ ସବୁ କିଛି ଭଲମନ୍ଦ ସେ ବୁଝାବୁଝି କରୁଥିଲା। ଗତ ୫ ତାରିଖ ସନ୍ଧ୍ୟାରେ ନମିତା ଔଷଧ ପାଇଁ ବାହାରକୁ ଯାଇଥିଲେ।

ଏହି ସୁଯୋଗରେ ବୁଲୁ ଘର ଆଲ୍‌ମିରାରୁ ଦେଢ଼ ଲକ୍ଷ ଟଙ୍କା ନେଇଯାଇଥିଲା। ପରଦିନ ନମିତା ଟଙ୍କା କାଢ଼ିବା ବେଳେ ଦେଢ଼ ଲକ୍ଷ ଟଙ୍କା ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସିସିଟିଭି ଯାଞ୍ଚରୁ ଜାଣିବାକୁ ପାଇଥିଲେ ଯେ ସୁଧାଂଶୁ ସେଦିନ ଏହି କାଣ୍ଡ ଭିଆଇଛି। ତେଣୁ ସେ ଥାନାରେ ଅଭିଯୋଗ କରିଥିଲେ।

ଗତରାତିରେ ପୁଲିସର ଏକ ଟିମ୍‌ ବୁଲୁ ଘରେ ଚଢ଼ଉ କରି ତାକୁ କାବୁ କରି ଥାନାକୁ ଆଣି ପଚରାଉଚରା କରିଥିଲ। ଜେରା ବେଳେ ସେ ସବୁ ସତ ମାନି ଯାଇଥିଲା। ଏହାପରେ ପୁଲିସ ତା’ଠାରୁ ସମସ୍ତ ଟଙ୍କା ଜବତ କରି ନମିତାଙ୍କୁ ହସ୍ତାନ୍ତର କରିଥିଲା। ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରି ଆଜି ତାକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe