ପୁଲିସ ମୁଥମାଡ଼ରେ କାର୍‌ ଚାଳକଙ୍କ ମୁହଁ ଫାଟିଲା, କ୍ଷମା ମାଗିଲେ ପୁଲିସ ଅଧିକାରୀ

ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ବ୍ୟବସ୍ଥା : ବସ୍ତିକୁ ଯିବ ପୁଲିସ୍‌

Asianet Newsable

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ଏୟାର୍‌ପୋର୍ଟ ଛକରେ ମାସ୍କ ଚେକିଂକୁ ନେଇ ପୁଲିସ ଓ ଟାକ୍ସି ଚାଳକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମାସ୍କ ଯାଞ୍ଚ କରୁଥିବା ପୁଲିସ ଅଧିକାରୀଙ୍କ ମୁଥମାଡ଼ରେ ଜଣେ କାର୍‌ ଚାଳକଙ୍କ ମୁହଁ ଫାଟିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଟାକ୍ସିଚାଳକମାନେ ପୁଲିସକୁ ଘେରି ହଙ୍ଗାମା କରିଥିଲେ ଓ ନ୍ୟାୟ ମାଗିବାକୁ ଯାଇ ମୁଥ ମାରିଥିବା ପୁଲିସ ଅଧିକାରୀଙ୍କୁ ଛାଡ଼ିନଥିଲେ। ପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସହ ଆହତ ଡ୍ରାଇଭରଙ୍କୁ କ୍ଷମା ମାଗି ଛାଡ଼ିଥିଲେ।

ସୂଚନାନୁସାରେ ଏୟାରପୋର୍ଟ ରାସ୍ତା ସୁର୍ କମ୍ପାନି ଛକ ନିକଟରେ ଜଣେ ଟ୍ୟାକ୍ସି ଡ୍ରାଇଭର ନୋ ପାର୍କିଂ ଜୋନ୍‌ରେ କାର୍‌ ରଖିଥିଲେ। ଏୟାରପୋର୍ଟ ଥାନାର ଏକ ଟିମ୍ ସେଠାରେ ପହଞ୍ଚି ଉକ୍ତ ଡ୍ରାଇଭରଙ୍କୁ ତାଗିଦ୍ କରିବା ସହ ମାସ୍କ ପିନ୍ଧି ନ ଥିବାରୁ ଜରିମାନା ଦେବା ପାଇଁ କହିଥିଲେ। ଏକୁଟିଆ ଛିଡ଼ା ହୋଇଥିବାରୁ ମାସ୍କ ପିନ୍ଧି ନାହିଁ ବୋଲି ଡ୍ରାଇଭର ଜଣକ କହିଥିଲେ। ତଥାପି ଜରିମାନା ଦେବାକୁ ପଡ଼ିବ ବୋଲି ପୁଲିସ ଅଧିକାରୀ କହିଥିଲେ। ଏହାକୁ ନେଇ ସେମାନଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା ଓ ଶେଷରେ ପୁଲିସ ଅଧିକାରୀଙ୍କ ମୁଥ ମାଡ଼ରେ ଡ୍ରାଇଭରଙ୍କ ମୁହଁ ଫାଟି ଯାଇଥିଲା। ଏହା ଦେଖି ସେଠାରେ ଥିବା ଅନ୍ୟ ଟ୍ୟାକ୍ସିର ଡ୍ରାଇଭର ଓ ସାଧାରଣ ଲୋକମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହ ପୁଲିସକୁ ଘେରି ଯାଇଥିଲେ। ଖବର ପାଇ ଏସିପି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ତୁରନ୍ତ ଆହତ ଡ୍ରାଇଭରଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥିଲା ଓ ତାଙ୍କୁ କ୍ଷମା ମଗାଯାଇଥିଲା। ଏହା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନାଯୋଗ୍ୟ, କେବଳ ଏହି ଗୋଟିଏ ଘଟଣା ନୁହେଁ, ଏମିତି ବହୁ ସ୍ଥାନରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା ସୃଷ୍ଟି ହେଉଛି। ଗତ କିଛିଦିନ ତଳେ ପୁରୀ ଓ ଅଡ଼ଶପୁରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe