ଭୁବନେଶ୍ବର : ନିର୍ବାଚନ ପାଇଁ ଶତାଧିକ ଗାଡ଼ିକୁ ନିୟୋଜିତ କରାଯାଇଥିଲେ ହେଁ ଡ୍ରାଇଭରମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଇବାକୁ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଆଜି ଏହିଭଳି ଅଭିଯୋଗ କରି ଶତାଧିକ ଡ୍ରାଇଭର ଜୟଦେବ ବିହାର ଛକ ନିକଟରେ ରାସ୍ତାରୋକ କରିଛନ୍ତି। ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି ଯେ, ୟୁନିଟ-୪ସ୍ଥିତ ରିଜର୍ଭ ପଡ଼ିଆରେ ଗାଡ଼ି ଆଣି ରଖିବା ପରେ ଆମେ ନିର୍ବାଚନ ଅଧିକାରୀଙ୍କ ଅଧୀନରେ କାର୍ଯ୍ୟ କରୁଛୁ। ହେଲେ ଆମକୁ ଜିଲ୍ଲା ପ୍ରଶାସନ କିଛି ଖାଇବାକୁ ଦେଉନି। ଗାଡ଼ି ମାଲିକ ବି ଏନେଇ ଅର୍ଥ ଦେଇ ନଥିବାରୁ ଆମେ ଅସୁବିଧାର ସମ୍ମୁଖୀନ ହେଉଛୁ ବୋଲି ସେମାନେ କହିଛନ୍ତି।
ଜୟଦେବ ବିହାର ଛକରେ ଡ୍ରାଇଭରଙ୍କ ରାସ୍ତାରୋକ
Advertisment
Follow Us