ଆଉ ଜଣେ ମହିଳା ନିଶା ବେପାରୀ ଗିରଫ

Advertisment

୧୧ଗ୍ରାମ୍ ବ୍ରାଉନସୁଗାର, ନଗଦ ୭୧ ହଜାର ଟଙ୍କା ଓ ୨ମୋବାଇଲ ଜବତ, ୧୯ଦିନରେ ବନ୍ଧା ହେଲେଣି ୧୦ ମହିଳା

୧୧ଗ୍ରାମ୍ ବ୍ରାଉନସୁଗାର, ନଗଦ ୭୧ ହଜାର ଟଙ୍କା ଓ ୨ମୋବାଇଲ ଜବତ, ୧୯ଦିନରେ ବନ୍ଧା ହେଲେଣି ୧୦ ମହିଳା

ଆଉ ଜଣେ ମହିଳା ନିଶା ବେପାରୀ ଗିରଫ

ଭୁବନେଶ୍ବର: ନିୟମିତ ବ୍ୟବଧାନରେ ନିଶା ବେପାରୀଙ୍କୁ କମିସନରେଟ୍ ପୁଲିସ ଗିରଫ କରୁଥିବାରୁ ଏବେ ସେମାନେ ମହିଳାଙ୍କୁ ଢାଲ କରିଛନ୍ତି। ଚଳିତ ମାସର ୧୯ଦିନର ତଥ୍ୟ ଦେଖିଲେ, ଉଭୟ କମିସନରେଟ୍ ପୁଲିସ ଓ ଅବକାରୀ ବିଭାଗ ମୋଟ ୨୬ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସେଥିରେ ୧୦ଜଣ ମହିଳା ଅଛନ୍ତି।

ବ୍ରାଉନସୁଗାରଠାରୁ ଆରମ୍ଭ କରି ହେରୋଇନ୍ ପର୍ଯ୍ୟନ୍ତ ସବୁପ୍ରକାର ନିଶା କାରବାରରେ ମହିଳାଙ୍କ ସଂପୃକ୍ତି ଦେଖିବାକୁ ମିଳିଛି। ଆଜି ମଧ୍ୟ ଖଣ୍ଡଗିରି ଥାନା ପୁଲିସ ବରବାରି ତପୋବନ ବସ୍ତିରୁ ଜଣେ ମହିଳା ନିଶା ବେପାରୀକୁ ଗିରଫ କରିଛି। ସେ ହେଲା, ଖୋର୍ଦ୍ଧା ନରସିଂହ ପ୍ରସାଦ ଗାଁର ରୀନା ଜେନା। ପୁଲିସ ତା’ ନିକଟରୁ ୧୧ଗ୍ରାମ୍ ବ୍ରାଉନସୁଗାର, ନଗଦ ୭୧ହଜାର ୫ଶହ ୯୦ଟଙ୍କା ଓ ୨ଟି ମୋବାଇଲ୍ ଜବତ କରିଛି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ପ୍ରାୟ ଲକ୍ଷେ ୧୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ପୂର୍ବରୁ ଖଣ୍ଡଗିରି ପୁଲିସ ରୀନାକୁ ୨ଥର ଗଂଜେଇ ଓ ଥରେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe