କରୋନା ଯୋଦ୍ଧା ଘୋଷଣା କରା ନଗଲେ ଔଷଧ ଦୋକାନ ଅନିର୍ଦ୍ଦିଷ୍ଟ କାଳ ବନ୍ଦ

Advertisment
କରୋନା ଯୋଦ୍ଧା ଘୋଷଣା କରା ନଗଲେ ଔଷଧ ଦୋକାନ ଅନିର୍ଦ୍ଦିଷ୍ଟ କାଳ ବନ୍ଦ

ଭୁବନେଶ୍ବର : କରୋନା ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ଔଷଧ ବ୍ୟବସାୟୀ ଦିନରାତି ସେବା ଯୋଗାଇ ଆସୁଛନ୍ତି। ଲକ୍‌ଡାଉନ୍, ସଟ୍‌ଡାଉନ୍ ବେଳେ ବଜାରରେ ଯେପରି କୌଣସି ଔଷଧର ଅଭାବ ନ ରହିବ ସେଥିପାଇଁ ବ୍ୟବସାୟୀମାନେ ସଂଘର୍ଷ କରୁଛନ୍ତି। ସେବା ଯୋଗାଇବାକୁ ଜରୁରୀ ମନେ କରି ବ୍ୟବସାୟୀମାନେ ସିଧାସଳଖ କରୋନା ରୋଗୀ ତଥା ଜନସାଧାରଣଙ୍କ ସହ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହେଉଛନ୍ତି। ଏପରିକି ପ୍ରାଣ ମଧ୍ୟ ହରାଉଛନ୍ତି। ମାତ୍ର ରାଜ୍ୟରେ ଥିବା ୨୫ ହଜାର ଔଷଧ ବ୍ୟବସାୟୀଙ୍କୁ କରୋନା ଯୋଦ୍ଧା ଘୋଷଣା କରାନଯିବା ଦୁର୍ଭାଗ୍ୟଜନକ ବୋଲି କହିଛି ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ୍ ଆସୋସିଏସନ୍‌(ୟୁସିଡିଏ)। ଏହା ସହିତ ଆଗାମୀ ଦିନରେ ରାଜ୍ୟର ସମସ୍ତ ଔଷଧ ବ୍ୟବସାୟୀ, କର୍ମଚାରୀ ତଥା ପରିବାରବର୍ଗଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରିବା ସହିତ କରୋନା ଯୋଦ୍ଧା ଘୋଷଣା କରିବାକୁ ସଂଘ ଦାବି କରିଛି।

ୟୁସିଡିଏ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର କର୍ମକର୍ତ୍ତାମାନେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଶତାଧିକ ଔଷଧ ବ୍ୟବସାୟୀ ଓ ତାଙ୍କ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଜନସାଧାରଣଙ୍କୁ ସେବା ଯୋଗାଇବାକୁ ଯାଇ ସଂଘର ବ୍ୟବସାୟୀଙ୍କୁ ଯେଉଁ ବହୁମୂଲ୍ୟ ଜୀବନ ଦେବାକୁ ପଡ଼ୁଛି। ତେଣୁ ସରକାର ଯଦି ସେଥିପ୍ରତି କିଛି ପଦକ୍ଷେପ ନ ନିଅନ୍ତି, ତେବେ ବ୍ୟବସାୟୀ ରାସ୍ତାକୁ ଓହ୍ଲାଇବେ। ଏପରିକି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଔଷଧ ପ୍ରତିଷ୍ଠାନକୁ ବନ୍ଦ କରିବେ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି। ଏହା ସହିତ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘର ସଭାପତି ପି ସତ୍ୟନାରାୟଣ ସୂଚନା ଦେଇଛନ୍ତି। ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦକ ପ୍ରଶାନ୍ତ ମହାପାତ୍ରଙ୍କ ସମେତ କୋଷାଧ୍ୟକ୍ଷ ଅଜୟ ଗୋଏଙ୍କା, କାର୍ଯ୍ୟକାରିଣୀ ସଭାପତି ଦେବଦତ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe