ନିଜ ଘରେ ନିଆଁ ଲଗାଇ ବନ୍ଧାହେଲା ନିଶାଡ଼ି

Advertisment

ନିଶା ଖାଇବାକୁ ସ୍ତ୍ରୀ ଟଙ୍କା ନଦେବାରୁ କ୍ରୋଧରେ ଅନ୍ଧ ହୋଇ ସ୍ବାମୀ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇଦେଇଛି। ଏହି ମାମଲାରେ ଭରତପୁର ଥାନା ପୁଲିସ ଅଭିଯୁକ୍ତ ସୁଧୀର ଦାସ(୪୦)କୁ ଗିରଫ କରି କୋର୍ଟଚାଲାଣ କରିଛି।

ନିଶା ଖାଇବାକୁ ସ୍ତ୍ରୀ ଟଙ୍କା ନଦେବାରୁ କ୍ରୋଧରେ ଅନ୍ଧ ହୋଇ ସ୍ବାମୀ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇଦେଇଛି। ଏହି ମାମଲାରେ ଭରତପୁର ଥାନା ପୁଲିସ ଅଭିଯୁକ୍ତ ସୁଧୀର ଦାସ(୪୦)କୁ ଗିରଫ କରି କୋର୍ଟଚାଲାଣ କରିଛି।

fgfgbvgf

ଖଣ୍ଡଗିରି: ନିଶା ଖାଇବାକୁ ସ୍ତ୍ରୀ ଟଙ୍କା ନଦେବାରୁ କ୍ରୋଧରେ ଅନ୍ଧ ହୋଇ ସ୍ବାମୀ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇଦେଇଛି। ଏହି ମାମଲାରେ ଭରତପୁର ଥାନା ପୁଲିସ ଅଭିଯୁକ୍ତ ସୁଧୀର ଦାସ(୪୦)କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ, କଳିଙ୍ଗ ନଗର କେ-୮ ଅଞ୍ଚଳରେ ଗଞ୍ଜାମ ଯୋଗାଡ଼ି ଗ୍ରାମର ସୁଧୀର ନିଜ ସ୍ତ୍ରୀ ପମି ଦାସ ଓ ପୁଅ ସହିତ ରୁହେ। ସୁଧୀର କୌଣସି କାମଧନ୍ଦା ନକରି ସବୁବେଳେ ନିଶାରେ ଚୂର୍‌ ରୁହେ। ରାତିରେ ନିଶାଗ୍ରସ୍ତ ହୋଇ ଘରକୁ ଫେରି ପାଟିତୁଣ୍ଡ କରିବା ସହିତ ସ୍ତ୍ରୀଙ୍କୁ ମାର୍‌ଧର କରେ। ଗତ ଶନିବାର ସ୍ତ୍ରୀ ପମିଙ୍କୁ ମଦ ପିଇବା ଲାଗି ସୁଧୀର ଟଙ୍କା ମାଗିଥିଲା।

ପମି ମନା କରିଦେବାରୁ ସେ ଘରୁ ରାଗ ତମତମ ହୋଇ ଚାଲିଯାଇଥିଲା। ରାତି ପ୍ରାୟ ୧୧ଟା ସମୟରେ ସୁଧୀର ଘରକୁ ଫେରି ପାଟିତୁଣ୍ଡ ଆରମ୍ଭ କରିଦେଇଥିଲା। ସାଙ୍ଗରେ ଆଣିଥିବା ପେଟ୍ରୋଲକୁ ଘରେ ପକାଇ ନିଆଁ ଲଗାଇ ଦେଇଥିଲା। ପମି ଏହା ଜାଣିପାରି ଛୁଆକୁ ଧରି ଘର ବାହାରକୁ ପଳାଇ ଆସି ଚିତ୍କାର କରିଥିଲେ। ପଡ଼ୋଶୀ ଓ ପିସିଆର୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ଘରର ବହୁ ଆସବାବପତ୍ର ଜଳି ପାଉଁଶ ହୋଇଯାଇଥିଲା। ଏନେଇ ପମି ଥାନାରେ ଅଭିଯୋଗ କରିବା ପରେ ପୁଲିସ ସୁଧୀରକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe