ମାତାଲ୍‌ ଯୁବତୀଙ୍କ ପାଇଁ ପୁଲିସ ହଟହଟା

Advertisment
ମାତାଲ୍‌ ଯୁବତୀଙ୍କ ପାଇଁ ପୁଲିସ ହଟହଟା

Photo by : kinja-img.com

ଭୁବନେଶ୍ୱର : ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଖଣ୍ଡଗିରି ଥାନା ଅଧୀନ ଖଣ୍ଡଗିରିବାରୀ ଅଞ୍ଚଳରୁ ଜଣେ ଯୁବତୀଙ୍କୁ ମାତାଲ୍‌ ଅବସ୍ଥାରେ ଉଦ୍ଧାର କରିବାକୁ ଯାଇ ପୁଲିସ ବେଶ୍‌ ହଟହଟା ହୋଇଛି। ବଡ଼ କଷ୍ଟରେ ପୁଲିସ ଯୁବତୀଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି ଓ ଖବର ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ତାଙ୍କ ସଂଜ୍ଞା ଫେରି ନଥିବା ଜଣାପଡ଼ିଛି। ତାଙ୍କୁ ହସ୍ପିଟାଲରେ କାଜୁଆଲିଟିରେ ରଖାଯାଇ ଚିକିତ୍ସା ଚାଲିଥିବାବେଳେ ପରିଚୟ ମିଳି ନଥିବାରୁ ପୁଲିସ ନିଜ ହେପାଜତରେ ରଖିଥିବା ସୂଚନା ମିଳିଛି।

ସୂଚନାନୁସାରେ ଖଣ୍ଡଗିରିବାରୀର ଏକ ନିଛାଟିଆ ରାସ୍ତାରେ ଜଣେ ଯୁବତୀ ପଡ଼ିଥିବା ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବେହୋସ୍‌ ଅବସ୍ଥାରେ ଥିବା ଯୁବତୀଙ୍କ ନିକଟରେ ୩ଟି ମଦ ବୋତଲ ପଡ଼ିଥିଲା ଓ ତାଙ୍କ ଡାହାଣ ହାତରେ ଏକ କ୍ଷତ ସୃଷ୍ଟି ହୋଇଥିଲା। ପ୍ରାୟ ୨୩ ବର୍ଷ ବୟସର ଆଧୁନିକ ପୋଷାକ ପିନ୍ଧିଥିବା ଏହି ଯୁବତୀ ଜଣଙ୍କ ଶିକ୍ଷିତା ବୋଲି ମନେ ହେଉ ନଥିଲା। ସେ କାହା ସହିତ ଆସି ପଡ଼ିଥିବା ସ୍ଥାନରେ ବସି ମଦ ପିଇଥିଲେ କି ତାଙ୍କୁ କେହି ସେଠାରେ ଫିଙ୍ଗି ଦେଇ ଚାଲି ଯାଇଥିଲା, ସେ ବାବଦରେ ସ୍ଥାନୀୟ ଲୋକେ ପୁଲିସକୁ କିଛି କହି ପାରି ନଥିଲେ। ତେବେ ପୁଲିସ ତାଙ୍କୁ ଗାଡ଼ିକୁ ଉଠାଇବାବେଳେ ବେଶ୍‌ ସମସ୍ୟା ହୋଇଥିଲା। ଯୁବତୀଜଣଙ୍କ ବେଶ୍‌ ପୃଥଳକାୟ ହୋଇଥିବାରୁ ତାଙ୍କୁ ଗାଡ଼ିକୁ ଟେକିବା କାଠିକର ହୋଇଥିଲା। ସେଥିରେ ପୁଣି ମାତାଲ୍‌ ଅବସ୍ଥା। ଯୁବତୀ ଜଣଙ୍କ ହାତ ଛାଟି ଦେବାବେଳେ ତାଙ୍କୁ ଉଠାଉଥିବା ଜଣେ କନେଷ୍ଟବଳ୍‌ ପଛକୁ କଚାଡ଼ି ହୋଇ ପଡ଼ି ଯାଇଥିଲେ। ତେବେ ବଡ଼ କଷ୍ଟରେ ୬ ଜଣ ପୁଲିସ କର୍ମଚାରୀ ତାଙ୍କୁ ପିସିଆର୍‌କୁ ଉଠାଇଥିଲେ ଓ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe