ମଦୁଆ କାର୍‌ ଚାଳକଙ୍କ ଉନ୍ମତ୍ତକାଣ୍ଡ, ବହେ ଛେଚି ପୁଲିସ ଜିମାଦେଲେ

Advertisment

କାର୍ ଧକ୍କାରେ ୫ ଗୁରୁତର

କାର୍ ଧକ୍କାରେ ୫ ଗୁରୁତର

ମଦୁଆ କାର୍‌ ଚାଳକଙ୍କ ଉନ୍ମତ୍ତକାଣ୍ଡ, ବହେ ଛେଚି ପୁଲିସ ଜିମାଦେଲେ

ଭୁବନେଶ୍ବର: ସଂଧ୍ୟା ପ୍ରାୟ ସାଢ଼େ ୬ଟା ହେବ। ସାଲିଆସାହି ମଇଳା ଟାଙ୍କି ଛକ ନିକଟରେ ଏକ ଧୂସର ରଙ୍ଗର କାର୍‌ (ଓଡି-୦୨ ଏଟି ୫୨୫୨) ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଥାଏ। ସାଇକେଲ୍‌ ହେଉ କି ବାଇକ୍‌, କାର; ଯିଏ ଆଗରେ ପଡ଼ିଲା, ଧକ୍କା ଦେଇ ଆଗକୁ ମାଡ଼ି ଚାଲିଥାଏ। ସତେଯେମିତି କାର୍‌ର ବ୍ରେକ୍ ଫେଲ୍ ହୋଇଯାଇଥିଲା। ପ୍ରାୟ ୫ଶହ ମିଟର ଭିତରେ ୫ରୁ ଅଧିକ କାର୍ ଓ ବାଇକ୍‌କୁ ଧକ୍କା ଦେଇ ଏମିତି ଆତଙ୍କ ଖେଳାଇଥିବା ମଦ୍ୟପ କାର୍‌ ଚାଳକ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଲୋକେ ନିର୍ଧୁମ୍‌ ଛେଚି ପୁଲିସ୍ ଜିମା ଦେଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଦୁହିଁଙ୍କୁ କାର୍‌ରୁ ଘୋଷାଡ଼ି ଆଣି ମାଡ଼ ମାରିବା ସହ ରାସ୍ତା ଉପରେ ଉଠ୍‌ବସ କରାଇଥିଲେ। ଆଉ କିଛି ଲୋକ ଦୁହିଁଙ୍କୁ ମାଡ଼ ମାରି ସେମାନଙ୍କ ମୁଣ୍ଡ ଫଟାଇ ଦେବା ସହ କାର୍‌କୁ ବି ପିଟି ଚୂରମାର୍‌ କରିଦେଇଥିଲେ। ଖବର ପାଇ ପିସିଆର୍ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ଥାନା ଓ ପରେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲା। ତେବେ ଏ ସଂପର୍କରେ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇନଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ମଦ୍ୟପ ଚାଳକଙ୍କୁ ସାବାଡ୍‌ କରିବା ପାଇଁ ପୁଲିସ୍‌ ରାତିଅଧିଆ ବ୍ଲକିଂ ଚେକିଂ କରି ତଣ୍ଡ ଆଦାୟ କରୁଛି। ଗତ ୮ ମାସରେ ୧୭ହଜାର ୯ଶହ ୪ଜଣ ମଦୁଆ ୬୭ ଲକ୍ଷରୁ ଊର୍ଦ୍ଧ୍ବ ତଣ୍ଡ ଗଣିସାରିଲେଣି। ତଥାପି, ମଦ୍ୟପ ଚାଳକଙ୍କ ଉପରେ ସଂପୂର୍ଣ୍ଣ ରୋକ୍‌ ଲଗାଯାଇପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe