ଜାଗମରା ଛକରେ ମାତାଲ୍ ମହିଳା: ହାତରେ ମଦ ବୋତଲ; ଓଠରେ ସିଗାରେଟ୍, ନିଶାରେ ଚୂର୍ ହୋଇ ଲୋକଙ୍କୁ ଶୋଧିଲେ

ଜାଗମରା ଛକରେ ମାତାଲ୍ ମହିଳା: ହାତରେ ମଦ ବୋତଲ; ଓଠରେ ସିଗାରେଟ୍, ନିଶାରେ ଚୂର୍ ହୋଇ ଲୋକଙ୍କୁ ଶୋଧିଲେ

ଭୁବନେଶ୍ବର : ଶୁକ୍ରବାର ଅପରାହ୍‌ଣ ପ୍ରାୟ ୩ଟା ହେବ। ଜାଗମରା ଛକ ନିକଟରେ ଜଣେ ମହିଳା ଡାହାଣ ହାତରେ ମଦ ବୋତଲ ଧରିଥିଲେ। ବାମ ହାତରେ ସିଗାରେଟ୍ ଧରି ମୁହଁରୁ ଭକ୍‌ଭକ୍‌ ଧୂ୍ଆଁ ଛାଡ଼ୁଥିଲେ। ତାଙ୍କ ପାଖ ଦେଇ ଯିଏ ଯାଉଥିଲା, ଚିହିଁକି ଉଠୁଥିଲେ। ଆଉ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ପାଟିକୁ ଯାହା ଆସୁଥିଲା, ଶୋଧି ପକାଉଥିଲେ। ଚାହୁଁଚାହୁଁ ସେଠାରେ ପଥଚାରୀ ଓ ଦେଖଣାହାରୀଙ୍କ ଭିଡ଼ ବଢ଼ିଲା। କେହିକେହି ନିଜ ମୋବାଇଲ୍ କ୍ୟାମେରାରେ ଏହାର ଭିଡିଓ କରିବାରେ ଲାଗିଗଲେ। ଖବର ପାଇ ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା ଏବଂ ତାଙ୍କୁ ଯାଁଳାସ୍ଥିତ ଏକ ଆଶ୍ରୟସ୍ଥଳକୁ ନେଇଥିଲା। ତେବେ ମାତ୍ର ନିଶାରେ ଟଳମଳ ମହିଳାଙ୍କ ଅବସ୍ଥା ଦେଖି ଶେଷରେ ପୁଲିସ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲା। ଯୁବତୀଙ୍କୁ ଷ୍ଟ୍ରେଚର୍‌ରେ ହସ୍ପିଟାଲ୍ ଭିତରକୁ ନିଆଯାଉଥିବା ବେଳେ ସେ ଅଧା ବାଟରୁ ଷ୍ଟ୍ରେଚର୍‌ରୁ ଓହ୍ଲାଇ ପଳାଇଥିଲେ।

publive-image

ମିଳିଥିବା ସୂଚନା ମୁତାବକ, ମହିଳାଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଈଶ୍ବରପୁର ଗାଁ’ର କାଞ୍ଚନବାଳା ଦାସ। ସେ ଭୁବନେଶ୍ବରରେ କ’ଣ କରନ୍ତି; କେଉଁଠି ରହୁଛନ୍ତି ସେ ବିଷୟରେ କୌଣସି ସୂଚନା ମିଳି ନଥିବା ପୁଲିସ ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe