ଆଧାର କାର୍ଡ ନଥିବାରୁ ଅଷ୍ଟମରୁ ପାଠପଢ଼ା ବନ୍ଦ ପ୍ରସଙ୍ଗ: ପୁଣି ପାଠ ପଢ଼ିବ ଗଙ୍ଗାଧର

Advertisment

ନବମରେ ନାମ ଲେଖାଇଲେ ପ୍ରଧାନଶିକ୍ଷକ

ନବମରେ ନାମ ଲେଖାଇଲେ ପ୍ରଧାନଶିକ୍ଷକ

ଆଧାର କାର୍ଡ ନଥିବାରୁ ଅଷ୍ଟମରୁ ପାଠପଢ଼ା ବନ୍ଦ ପ୍ରସଙ୍ଗ: ପୁଣି ପାଠ ପଢ଼ିବ ଗଙ୍ଗାଧର

ଖଣ୍ଡଗିରି: ଆଧାର କାର୍ଡ ନ ଥିବାରୁ ୨ ବର୍ଷ ହେଲା ପଣ୍ଡାକୁଦିଆର ଗଙ୍ଗାଧରଙ୍କ ନାମଲେଖା ହୋଇ ପାରୁନଥିଲା। ‘ସମ୍ବାଦ’ରେ ଏ ନେଇ ରିପୋର୍ଟ ପ୍ରକାଶିତ ହେବା ପରେ ପୁଣିଥରେ ତା’ର ପାଠପଢ଼ାର ଡୋରି ଫିଟିଛି। କଳିଙ୍ଗ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଗଙ୍ଗାଧରକୁ ସ୍କୁଲକୁ ଡାକି ନବମ ଶ୍ରେଣୀରେ ତା’ର ନାମ ଲେଖାଇଛନ୍ତି। ଆସନ୍ତାକାଲିଠାରୁ ସେ କ୍ଲାସ୍‌ କରିପାରିବେ ବୋଲି ପ୍ରଧାନଶିକ୍ଷକ କହିଛନ୍ତି। ତେବେ ବିନା ଆଧାର କାର୍ଡରେ ନାମଲେଖା ଯାଇଥିବାରୁ ବିଇଓଙ୍କ ସ୍ବତନ୍ତ୍ର ଅନୁମତି ଲୋଡ଼ାଯାଇଛି। ଚାଇଲ୍ଡ ଲାଇନର ୨ ଜଣ ସଦସ୍ୟ ରୁଲିନା ପାତ୍ର, ବିଜୟ ମାଲ୍ୟା ନାମଲେଖା ପ୍ରକ୍ରିୟାରେ ଗଙ୍ଗାଧରଙ୍କୁ ସହଯୋଗ କରିଛନ୍ତି।

ରାଜମିସ୍ତ୍ରି କାର୍ଯ୍ୟ କରୁଥିବା ପଣ୍ଡାକୁଦିଆ ଅଧିବାସୀ ମେଘନାଥ ସିଂ ଅଭିଯୋଗ କରିଥିଲେ ଯେ ୨ ବର୍ଷ ହେଲା ସେ ତାଙ୍କ ପୁଅ ଗଙ୍ଗାଧରଙ୍କ ଆଧାର କାର୍ଡ ପାଇଁ ଆବେଦନ କରି ଆସୁଥିଲେ। ମାତ୍ର ଏହା ହୋଇ ପାରୁନଥିଲା। ଏଥିଯୋଗୁଁ ପୂର୍ବରୁ ଗୋଟିଏ ସ୍କୁଲରେ ଅଷ୍ଟମ ଶ୍ରେଣୀ ପାଠ ପଢୁଥିବା ପୁଅ ଗଙ୍ଗାଧରର ଅନ୍ୟ ଏକ ସ୍କୁଲରେ ନବମ ଶ୍ରେଣୀରେ ନାମଲେଖା ହୋଇ ପାରୁନଥିଲା। ଏ ସଂକ୍ରାନ୍ତରେ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ ଚେତିଥିଲେ। ଆଉ ସ୍କୁଲ ଛୁଟି ଥିବା ସତ୍ତ୍ବେ କଳିଙ୍ଗ ବିଦ୍ୟାପୀଠର ପ୍ରଧାନଶିକ୍ଷକ ନିଜ ତରଫରୁ ଗଙ୍ଗାଧରର ନାମ ଲେଖାଇଥିଲେ। ଗଙ୍ଗାଧର ଅନୁସୂଚିତ ଜନଜାତିର ଛାତ୍ର ହୋଇଥିବାରୁ ଭତ୍ତା, ସାଇକେଲ ସମେତ ବିଭିନ୍ନ ପ୍ରକାର ସରକାରୀ ସୁବିଧା ପାଇଁ ଆଧାର କାର୍ଡ ସହିତ ପାସ୍‌ବୁକ୍‌ ଲିଙ୍କ୍‌ର ନିହାତି ଆବଶ୍ୟକତା ରହିଥିବା ସ୍କୁଲ ତରଫରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe