ନକଲି ଆକ୍ବାଗାର୍ଡ କାରବାର, ଦିଲ୍ଲୀକୁ ‌ଲମ୍ବିଛି ଚେର

Advertisment
ନକଲି ଆକ୍ବାଗାର୍ଡ କାରବାର, ଦିଲ୍ଲୀକୁ ‌ଲମ୍ବିଛି ଚେର

india mart

କଟକ: ନକଲି ଆକ୍ବାଗାର୍ଡ କାରବାରର ଚେର ରହିଛି ଦିଲ୍ଲୀରେ। ଦିଲ୍ଲୀରୁ କମ୍ ମୂଲ୍ୟରେ ଏହି ନକଲି ସାମଗ୍ରୀ କିଣି ଓଡ଼ିଶାକୁ ଆଣିବା ପରେ ତାହାକୁ ନିର୍ଦ୍ଦିଷ୍ଟ ଦୋକାନୀଙ୍କ ଜରିଆରେ ଗ୍ରାହକଙ୍କୁ ବିକ୍ରି କରାଯାଉଛି। ରିମାଣ୍ଡରେ ଆଣି ଅଭିଯୁକ୍ତଙ୍କୁ ଜେରା କରାଯିବା ପରେ ପୁଲିସ ଏଭଳି କିଛି ତଥ୍ୟ ହାସଲ କରିଛି। ଫଳରେ, ଏହି ନକଲି କାରବାରରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ଦିଲ୍ଲୀ ଓ ଅନ୍ୟ ସ୍ଥାନରେ ଚଢ଼ଉ ଯୋଜନା କରିଛି।
ଏହି ନକଲି କାରବାର ମାମଲାରେ ଗିରଫ ହୋଇଥିବା କାହ୍ନୁ ଓରଫ କାହ୍ନୁ ଚରଣ ପ୍ରଧାନ ଦିଲ୍ଲୀରୁ ୬୦ରୁ ୭୦ ଟଙ୍କାରେ ଯନ୍ତ୍ରାଂଶ କିଣି ତାହାକୁ କଟକରେ ସଂଯୁକ୍ତ କରି ୮୦ରୁ ୧୦୦ ଟଙ୍କା ମୂଲ୍ୟରେ ଦୋକାନୀଙ୍କୁ ବିକ୍ରି କରୁଥିଲା। ଦୋକାନୀ ଏହାକୁ ଚଢ଼ା ମୂଲ୍ୟରେ ଗ୍ରାହକଙ୍କୁ ବିକ୍ରି କରୁଥିଲେ। ଏଭଳି ତଥ୍ୟ କାହ୍ନୁ ରିମାଣ୍ଡ ଅବଧି ସମୟରେ ବାଦାମବାଡ଼ି ଥାନା ପୁଲିସକୁ ଦେଇଥିବା ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। କାହ୍ନୁର ତିନିଦିନିଆ ରିମାଣ୍ଡ ଶୁକ୍ରବାର ଶେଷ ହୋଇଥିବା ବେଳେ ତାକୁ ପୁଣିଥରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଇଉରେକା ଫୋର୍ବସ୍ କମ୍ପାନି ନାଁରେ ନକଲି ଯନ୍ତ୍ରାଂଶ, ଷ୍ଟିକର, ମୂଲ୍ୟ ଟ୍ୟାଗ୍, ପ୍ୟାକେଟ୍ କିଣି ବାଦାମବାଡ଼ି ଜଗନ୍ନାଥ ଲେନରେ କାହ୍ନୁ ସଂଯୁକ୍ତ କରୁଥିଲା। ତେବେ ଗଲା ୨୧ ତାରିଖରେ ପୁଲିସ କାହ୍ନୁ ଓ ହରିପୁରର ଆକ୍ବାଗାର୍ଡ ଦୋକାନୀ ସଞ୍ଜୁ ଓରଫ ସଞ୍ଜୟ କୁମାର ଦତ୍ତଙ୍କୁ ଗିରଫ କରିବା ପରେ ଏହି ନକଲି କାରବାର ପଛର କେଳେଙ୍କାରୀ ସାମନାକୁ ଆସିଥିଲା। ଗଲା ୨୫ ତାରିଖରେ ବାଦାମବାଡ଼ି ଥାନା ପୁଲିସ କାହ୍ନୁକୁ ତିନି ଦିନିଆ ରିମାଣ୍ଡରେ ଆଣି ତାକୁ ପଚରାଉଚରା ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ଦିଲ୍ଲୀରେ ଥିବା ନକଲି ସଂସ୍ଥାର ଠିକଣା ପୁଲିସକୁ ମିଳିଥିବାରୁ ନକଲି ଔଷଧ ମାମଲା ଭଳି ଆକ୍ୱାଗାର୍ଡ ମାମଲାରେ ପୁଲିସ ଦିଲ୍ଲୀ ଯିବାକୁ ଯୋଜନା କରୁଥିବା ବାଦାମବାଡ଼ି ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe