ନକଲି କାରଖାନା ଠାବ: ୩ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସିଗାରେଟ୍‌ ଜବତ

Advertisment

ମାଲିକ ଅଟକ, ୪ କର୍ମଚାରୀଙ୍କୁ ଜେରା

ମାଲିକ ଅଟକ, ୪ କର୍ମଚାରୀଙ୍କୁ ଜେରା

ନକଲି କାରଖାନା ଠାବ: ୩ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସିଗାରେଟ୍‌ ଜବତ

Jagran

ଭୁବନେଶ୍ବର: ଇନ୍‌ଫୋଭ୍ୟାଲି ଥାନା ଛତାବର ପଞ୍ଚାୟତ ଅଳକର ଅଞ୍ଚଳରୁ ଏକ ନକଲି ସିଗାରେଟ୍‌ କାରଖାନା ଠାବ ହୋଇଛି। ଇନ୍‌ଫୋଭ୍ୟାଲି ଥାନା ପୁଲିସ ୟୁ-୧୦ ନାମକ ଏକ ସଂସ୍ଥାରେ ଚଢ଼ଉ କରି ୩ଲକ୍ଷରୁ ଊର୍ଧ୍ବ ଟଙ୍କାର ନକଲି ସିଗାରେଟ୍‌ ଜବତ କରିଛି। ସଂସ୍ଥାର ମାଲିକ ରାଜା ରାଓକୁ ଅଟକ ରଖିବା ସହ ୪ କର୍ମଚାରୀଙ୍କୁ ପଚରାଉଚରା କରିଛି।

ସୂଚନା‌ ମୁତାବକ, ଦୁଇ ବର୍ଷରୁ ଅଧିକ ହେବ ରାଜା ଛତାବର ଅଞ୍ଚଳରେ ୟୁ-୧୦ନାମକ ଏକ ସଂସ୍ଥା ଖୋଲି ସିଗାରେଟ୍‌ ପ୍ରସ୍ତୁତ କରୁଥିଲେ। ହେଲେ ଏହା ଭିତରେ ସେ ନାମୀଦାମୀ ବ୍ରାଣ୍ଡର ସିଗାରେଟ୍‌ ତିଆରି କରି ଶସ୍ତାରେ ରାଜଧାନୀ ସମେତ ଆଖପାଖ ବଜାରକୁ ଯୋଗାଉଥିଲେ। ଚଢ଼ଉ ବେଳେ ପୁଲିସ ସେଠାରୁ ୬ପେଟିରୁ ଊର୍ଧ୍ବ ନକଲି ସିଗାରେଟ୍‌, ମେସିନ୍‌ ଏବଂ କେତେକ ଜିନିଷ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe