ବ୍ୟାଙ୍କକୁ ସାଢ଼େ ୧୭ଲକ୍ଷର ଚୂନ: ନକଲି ଏମ୍‌ସ ଡାକ୍ତର ଗିରଫ

Advertisment
ବ୍ୟାଙ୍କକୁ ସାଢ଼େ ୧୭ଲକ୍ଷର ଚୂନ: ନକଲି ଏମ୍‌ସ ଡାକ୍ତର ଗିରଫ

ଭୁବ‌ନେଶ୍ବର: ଜାଲ୍‌ ରେକର୍ଡପତ୍ର ବଳରେ ଏକ ଜାତୀୟ ବ୍ୟାଙ୍କକୁ ସାଢ଼େ ୧୭ଲକ୍ଷ ଟଙ୍କାର ଚୂନ ଲଗାଇବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଆଜି ଜଣେ ନକଲି ଏମ୍‌ସ ଡାକ୍ତରକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ, କଟକ ଗୋପାଳପୁର ପାଇକସାହିର ସିଦ୍ଧାର୍ଥ ସ୍ବୟଂ ରାଉତ(୨୫)। ପୁଲିସ ତା’ ନିକଟରୁ ଭୁବନେଶ୍ବର ଏମ୍‌ସର ନକଲି ପରିଚୟପତ୍ର, ଷ୍ଟାମ୍ପ୍, କିଛି କାଗଜପତ୍ର ଓ ବ୍ୟାଙ୍କରୁ ଋଣ କରି କିଣିଥିବା କାର୍‌କୁ ଜବତ କରିଛି।

publive-image photo-navbharattimes

ପୁଲିସ ସୂଚନାନୁସାରେ, ସିଦ୍ଧାର୍ଥ ଜଣେ ସାଧାରଣ ଗ୍ରାଜୁଏଟ୍‌। ମାତ୍ର ନିଜକୁ ଭୁବନେଶ୍ବର ଏମ୍‌ସର ଡାକ୍ତର ପରିଚୟ ଦେଇ ନୂଆପଲ୍ଲୀସ୍ଥିତ ବ୍ୟାଙ୍କ ଅଫ୍ ବରୋଦାରୁ ସାଢ଼େ ୧୭ଲକ୍ଷ ଟଙ୍କାର ଋଣ ମଞ୍ଜୁର କରାଇଥିଲେ। ଏକ କାର୍‌ କିଣିବା ପାଇଁ ସେ ଏହି ଋଣ କରିଥିଲେ। ଜାଲ୍ ରେକର୍ଡପତ୍ର ଜମା କରିଥିଲେ ବି ମ୍ୟାନେଜର୍‌ ଜାଣି ପାରି ନଥିଲେ। ମାତ୍ର ପ୍ରଥମରୁ କାର୍ ଋଣର ୨ଟି କିସ୍ତି ଖିଲାପ ହେବା ପରେ ମ୍ୟାନେଜର୍‌ ଖୋଳତାଡ଼ କରିଥିଲେ। ପରେ ଜଣାଗଲା ଯେ ସିଦ୍ଧାର୍ଥ ଭୁବନେଶ୍ବର ଏମ୍‌ସର ଡାକ୍ତର ନୁହନ୍ତି, ବରଂ ସେ ଜଣେ ବେକାର ଗ୍ରାଜୁଏଟ୍‌। ଏ ନେଇ ମ୍ୟାନେଜର ଯୋଗେନ୍ଦ୍ର ନାୟକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe