ନକଲି ଘିଅ କାରଖାନାରେ ଚଢ଼ଉ ମାମଲା: ଜେଲ୍‌ ଗଲେ ମାଲିକ

Advertisment

ମନ୍ଦିର ପାଖରେ ବିକ୍ରି ହେଉଥିଲା ନକଲି ଘିଅ

ମନ୍ଦିର ପାଖରେ ବିକ୍ରି ହେଉଥିଲା ନକଲି ଘିଅ

ନକଲି ଘିଅ କାରଖାନାରେ ଚଢ଼ଉ ମାମଲା: ଜେଲ୍‌ ଗଲେ ମାଲିକ

ଭୁବନେଶ୍ୱର: ଗତକାଲି ଏୟାରଫିଲ୍ଡ ଥାନା ତ୍ରିଲୋଚନ ବିହାରରୁ ଠାବ ହୋଇଥିବା ଅପମିଶ୍ରିତ ଘିଅ ଓ ତେଲ ନିର୍ମାଣକାରୀ ସଂସ୍ଥାର ମାଲିକ ଅଭିମନ୍ୟୁ ପୃଷ୍ଟିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏଥିସହିତ ଉକ୍ତ ସଂସ୍ଥାକୁ ସିଲ୍‌ କରାଯାଇଛି।

ଅଭିଯୁକ୍ତ ପୃଷ୍ଟିକୁ ପଚରାଉଚରା କରିବା ପରେ ପୁଲିସକୁ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ରିଫାଇନ୍ ତେଲରେ ଡାଲଡା ଘିଅ ଓ କକୁ ମଞ୍ଜି ରସକୁ ମିଶାଇ ଏହି ନକଲି ଘିଅ ପ୍ରସ୍ତୁତ କରାଯାଉଥିଲା। ସେହିପରି ପୋଡ଼ା ମୋବିଲ୍‌ରେ ରାଶି ତେଲ ମିଶାଇ ଦୀପ ପାଇଁ ତେଲ ତିଆରି ହେଉଥିଲା। ବଜାରରେ ୧୦୦ ଗ୍ରାମ ଘିଅର ଦାମ୍‌ ୬୦ ଟଙ୍କା ଥିବାବେଳେ ଅଭିଯୁକ୍ତ ପୃଷ୍ଟିଙ୍କ ଘିଅ ୩୦ ଟଙ୍କାରେ ବିକ୍ରି ହେଉଥିଲା। ଏହି ଘିଅ ପ୍ୟାକେଟରେ ବ୍ୟାଚ୍ ନମ୍ବର ନଥିଲା କି ଆଇଏଫସି କୋଡ୍ ନଥିଲା। ଏମିତିକି ଜବତ ହୋଇଥିବା ଘିଅ କେବେ ପ୍ରସ୍ତୁତ ହୋଇଥିଲା, ପ୍ୟାକେଟ୍‌ରେ ଉଲ୍ଲେଖ ନଥିଲା। ପ୍ରାୟ ଦେଢ଼ ବର୍ଷ ହେବ ଏହି ନକଲି ଘିଅ କାରଖାନା ଚାଲୁଥିଲା। ବଡ଼ କଥା ହେଉଛି ଏହି ସବୁ ଘିଅ ରାଜଧାନୀର ବହୁ ମନ୍ଦିର ପାଖରେ ଥିବା ଦୋକାନଗୁଡ଼ିକରେ ବିକ୍ରି ହେଉଥିଲା। କ୍ୟାପିଟାଲ ହାଟରେ ବହୁ ଦୋକାନରେ ମଧ୍ୟ ଏହି ନକଲି ଘିଅ ଓ ତେଲ ବିକ୍ରି ହେଉଥିଲା। ଏ ବାବଦରେ ଫୁଡ୍‌ ସେଫ୍ଟି ଅଫିସର ଆଜି ତଥ୍ୟ ସଂଗ୍ରହ କରିଛନ୍ତି। ଏହି ସୂଚନାକୁ ଆଧାର କରି ଆଗାମୀ ଦିନରେ ବିଏମ୍‌ସି ପକ୍ଷରୁ ମଧ୍ୟ ଚଢ଼ଉ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe