ବାଲିଅନ୍ତା: ଲକ୍ଡାଉନ ଯୋଗୁଁ ଗତ କିଛିଦିନ ହେଲା ମଦ ଦୋକାନ ବନ୍ଦ ରହିଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଚୋରା ମଦ ବେପାରୀ। ସେମାନେ ଚୋରାରେ ବିଦେଶୀ ମଦ ବିକ୍ରି କରିବା ସହ ନକଲି ଦେଶୀ ମହୁଲି ମଦ କାରବାର ବି ଚଳାଇଛନ୍ତି। ଏ ସମ୍ପର୍କରେ ସୂଚନା ପାଇ ଆଜି ସ୍ପେସାଲ ସ୍କ୍ବାଡ୍ ପୁଲିସ ବାଲିଅନ୍ତା ଥାନା ଅଧୀନ ତଳଗଡ଼ରୁ ଲକ୍ଷାଧିକ ଟଙ୍କାର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରିଛି। ଏଥିସହିତ ମହୁଲି ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଦୁଇ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ଖାନ୍ନଗର ଅଞ୍ଚଳର ଅରୁଣ ପ୍ରଧାନ ଓ ବାଲିଅନ୍ତା ତଳଗଡ଼ର ସଞ୍ଜୟ ଭୋଇ। ସେମାନଙ୍କଠାରୁ ୨୧୨ ବୋତଲ ବିଦେଶୀ ମଦ ଓ ୭୫ ଲିଟର ଦେଶୀ ନକଲି ମହୁଲି ମଦ ଜବତ ହୋଇଛି। ସ୍କ୍ବାଡ୍ ଉଭୟ ଅରୁଣ ଓ ସଂଜୟଙ୍କୁ ବାଲିଅନ୍ତା ଥାନା ପୁଲିସକୁ ଜିମା ଦେଇଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ସୂଚନାଯୋଗ୍ୟ ଅରୁଣ ଓ ସଂଜୟ ଦୀର୍ଘଦିନ ହେବ ଚୋରାମଦ କାରବାର ଚଳାଇ ଆସୁଥିଲେ। ଏପରି କି ପୂର୍ବରୁ ଜେଲ ମଧ୍ୟ ଯାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us