ନକଲି ପୁଲିସ୍‌ ପାଟ୍ରୋଲିଂ, ଫାଇନ୍‌ ମାଗିଲେ, ପିଟିଲେ

ନକଲି ପୁଲିସ୍‌ ପାଟ୍ରୋଲିଂ, ଫାଇନ୍‌ ମାଗିଲେ, ପିଟିଲେ

Hindustan Times

ଚନ୍ଦ୍ରଶେଖରପୁର: ସତ ପୋଷାକ ସାଙ୍ଗକୁ ହାତରେ ଥିଲା ଲାଠି। ବାଇକ୍‌ରେ ଲେଖା ହୋଇଥିଲା ପୁଲିସ। ଲାଗିଥିଲା ପୁଲିସ ଲୋଗୋ। ହେଲେ ସତରେ ସେମାନେ ପୁଲିସ ନଥିଲେ। ପୁଲିସ ପୋଷାକ ପିନ୍ଧି ରାସ୍ତାରେ ଯାତ୍ରୀଙ୍କୁ ଅଟକାଇ ଚେକିଂ ବାହାନାରେ ଟଙ୍କା ଆଦାୟ କରିବା କିମ୍ବା ସୁନା ଅଳଙ୍କାର ଲୁଟିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଏପରି ଏକ ଗ୍ୟାଙ୍ଗର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳର କିଛି ଯୁବକ। ଘଟଣାଟି ଘଟିଛି ଖଣ୍ଡଗିରି ପାହାଡ଼ ନିକଟ ଜୟଦେବ ବାଟିକା ରାସ୍ତା କଡ଼ରେ। ଗୁରୁବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ଜଣ ଯୁବକ ଏକ ବାଇକ୍‌ରେ ଖଣ୍ଡଗିରି ଅଞ୍ଚଳରୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ୭ଜଣ ଖାକି ପୋଷାକ ପିନ୍ଧିଥିବା ଯୁବକ ସେମାନଙ୍କୁ ଅଟକାଇଥିଲେ। ଚେକିଂ ଚାଲିଛି ବୋଲି କହି ଗାଡ଼ିର କାଗଜପତ୍ର ମାଗିଥିଲେ। ଯୁବକମାନେ କାଗଜପତ୍ରର ଦେଖାଇବା ପରେ ସେମାନଙ୍କ ନିକଟରେ ପ୍ରଦୂଷଣ ପ୍ରମାଣପତ୍ର ନାହିଁ ବୋଲି ଦର୍ଶାଇ ୨ହଜାର ଟଙ୍କା ଜରିମାନା ଆଦାୟ କରିବା ସହ ଚେନ୍‌ ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ। ଏନେଇ ଯୁବକ ଜଣଙ୍କ ନିଜ ପରିବାର ଲୋକଙ୍କୁ ଫୋନ୍‌ ଯୋଗେ ସୂଚନା ଦେବାପାଇଁ ମୋବାଇଲ୍‌ ବାହାର କରିବାରୁ ଦୁର୍ବୃତ୍ତମାନେ ଲାଠିରେ ଦୁଇ ବାଇକ୍‌ ଆରୋହୀଙ୍କୁ ପିଟିଥିଲେ। ପରେ ସେମାନଙ୍କୁ ସେଠାରୁ ତୁରନ୍ତ ପଳାଇବା ପାଇଁ କହିଥିଲେ। ଏ ନେଇ କଳାରାହାଙ୍ଗର ଲକ୍ଷ୍ମୀଧର ବାରିକ(୨୫) ନାମକ ଜଣେ ଯୁବକ ଘଟଣାସ୍ଥଳରୁ ଖସିି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଥାନାରୁ ଏକ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ ସେଠାରେ କାହାକୁ ପାଇ ନଥିଲେ। ତେବେ ପୂର୍ବରୁ ଏପରି ଅଭିଯୋଗ ହୋଇଥିବା ନେଇ ଥାନା ଅଧିକାରୀ କହିଛନ୍ତି। ଖୁବ୍‌ଶୀଘ୍ର ଉକ୍ତ ନକଲି ପୁଲିସ୍‌ ଦଳକୁ ଧରିବା ପାଇଁ ଚଢ଼ଉ ଆରମ୍ଭ ହେବି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe