ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ଅଧଘଣ୍ଟା ବଢ଼ିଲା

ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ଅଧଘଣ୍ଟା ବଢ଼ିଥିବା ନେଇ ଜିଲ୍ଲା ସୂଚନା ଅଧତ୍କାରୀଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗତକାଲି ବୈଷ୍ଣବ ପାଣି ମଞ୍ଚରେ ପୁଲିସ କାର୍ଯ୍ୟକ୍ରମ ଅଧାରୁ ବନ୍ଦ କରିଥିଲା ଏନେଇ ସାଧାରଣରେ ଅସନ୍ତୋଷ ବଢିବା ଘଟଣା କଟକ ଜିଲ୍ଲା ପ୍ରଶାସନ ନଜରକୁ ଆସିଥିଲା...

ଅଦ୍ୟତନ ହୋଇଛି
11annbzxxpa`

କଟକ: ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ଅଧଘଣ୍ଟା ବଢ଼ିଥିବା ନେଇ  ଜିଲ୍ଲା ସୂଚନା ଅଧତ୍କାରୀଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।  ଗତକାଲି ବୈଷ୍ଣବ ପାଣି ମଞ୍ଚରେ ପୁଲିସ କାର୍ଯ୍ୟକ୍ରମ ଅଧାରୁ ବନ୍ଦ କରିଥିଲା  ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ବାଧା ସୃଷ୍ଟି ନ କରିବାକୁ ସେ ପରାମର୍ଶ ଦିଆଯାଇଛି । ଏଣିକି ରାତି ସାଢ଼େ ୧୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ।

ଏନେଇ ସାଧାରଣରେ ଅସନ୍ତୋଷ ବଢିବା ଘଟଣା କଟକ ଜିଲ୍ଲା ପ୍ରଶାସନ ନଜରକୁ ଆସିଥିଲା। ଜିଲ୍ଲା ପ୍ରଶାସନ ସହିତ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଅଧିକ ପଢ଼ନ୍ତୁ: ଡିଏନକେ ପଡିଆ ସମ୍ପ୍ରସାରଣ ଘଟଣା: ମାଟିରେ ମିଶିଲା ଟାଗୋର ସୋସାଇଟି

ସୂଚନାଯୋଗ୍ୟ, ବାଲିଯାତ୍ରା ହେଉଛି ଓଡ଼ିଶାର ଇତିହାସ ଆଉ ସମୃଦ୍ଧ ନୌବାଣିଜ୍ୟର ପ୍ରତୀକ। ବାଲିଯାତ୍ରା କେବଳ ଏକ ଯାତ୍ରା ନୁହେଁ, ଏହା ବିଦେଶ ସହ ସଂପର୍କ ସ୍ଥାପନର ଏକ ମାଧ୍ୟମ ଥିଲା। ତେଣୁ ବାଲିଯାତ୍ରାକୁ ଅଧିକରୁ ଅଧିକ ସଂପ୍ରସାରଣ କରିବା ପାଇଁ ରାଜ୍ୟ ସରକାର ସଚେତନ ଅଛନ୍ତି। ବାଲିଯାତ୍ରାକୁ ଆନ୍ତର୍ଜାତିକ ମାନ୍ୟତା ଦେବା ପାଇଁ ସରକାର ପଦକ୍ଷେପ ନେଇ ସାରିଛନ୍ତି ବୋଲି ଉଦ୍‌ଘାଟନୀ  ଉତ୍ସବରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଥିଲେ।

ଅଧିକ ପଢ଼ନ୍ତୁ: ଚାନ୍ଦ ସାକ୍ଷୀ ବାପ୍ଲା ସାନ୍ତାଳୀ ମାଟ୍ରିମନିକୁ ଉଦଘାଟନ କଲେ ସାଂସଦ ନବ ଚରଣ ମାଝୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe