ଜୁନ୍‌ରୁ ରାଜଧାନୀରେ ଇ-ବସ୍‌, ୩୦ ରୁଟ୍‌ରେ ୧୦ ମୋ’ ବସ୍‌

Advertisment

ବର୍ଷ ଶେଷ ସୁଦ୍ଧା ଆସିବ ଆଉ ୪୦

ବର୍ଷ ଶେଷ ସୁଦ୍ଧା ଆସିବ ଆଉ ୪୦

ଜୁନ୍‌ରୁ ରାଜଧାନୀରେ ଇ-ବସ୍‌, ୩୦ ରୁଟ୍‌ରେ ୧୦ ମୋ’ ବସ୍‌

Alibaba.com

ଭୁବନେଶ୍ବର : ଜୁନ୍‌ ୧ ତାରିଖରୁ ରାଜଧାନୀରେ ମୋ’ ବସ୍‌ ସେବା‌‌ରେ ୧୦ଟି ଇ-ବସ୍‌ ଯୋଡ଼ି ହେବ। ଏଥିପାଇଁ କ୍ରୁଟ୍‌ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବସ୍‌ଗୁଡ଼ିକ ପଟିଆ ମୋ’ ବସ୍‌ ଷ୍ଟେସନ୍‌ରେ ପହଞ୍ଚି ସାରିଛି। ବସ୍‌ଗୁଡ଼ିକ ପ୍ରଥମେ ଭୁବନେଶ୍ବରରେ ୩୦ଟି ରୁଟ୍‌‌ରେ ଚଳାଚଳ କରିବ। ପରେ ଖୋର୍ଦ୍ଧା, ପୁରୀ ଓ କୋଣାର୍କ ପର୍ଯ୍ୟନ୍ତ ଯିବ। ବିନା ଶବ୍ଦ ଓ ଧୂଆଁରେ ଏହି ବସ୍‌ ଯାତ୍ରୀଙ୍କୁ ଏକ ନିଆରା ଆନନ୍ଦ ଦେବ ବୋଲି କ୍ରୁଟ୍‌ କହିଛି। ବସ୍‌ଗୁଡ଼ିକୁ ଚାର୍ଜ କରିବା ପାଇଁ କ୍ରୁଟ୍‌ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୫ଟି ଚାର୍ଜିଂ ଷ୍ଟେସନ୍‌ କରାଯାଇଛି। ପରେ ପର୍ଯ୍ୟାୟକ୍ରମେ ଆଉ ୪୦ଟି ବସ୍‌ ଆସିବାକୁ ଥିବାରୁ ଚାର୍ଜିଂ ଷ୍ଟେସନ୍‌ର ସଂଖ୍ୟା ବଢ଼ିବ ବୋଲି କୁହାଯାଇଛି। ବସ୍‌ଗୁଡ଼ିକ ଥରେ ଚାର୍ଜ ହେଲେ ୧୫୦ କିମି ପର୍ଯ୍ୟନ୍ତ ଯିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

କ୍ରୁଟ୍‌ ପକ୍ଷରୁ କୁହାଯାଇଛି ଯେ ମୋ’ ବସ୍‌ର ଚାହିଦା ବଢ଼ିଛି। ଲୋକମାନେ ଯାତାୟାତ ପାଇଁ ମୋ’ ବସ୍‌କୁ ଅଧିକ ପସନ୍ଦ କରୁଛନ୍ତି। ଚଳିତ ମାସର ପ୍ରଥମ ୧୫ ଦିନରେ ଯାତ୍ରୀସଂଖ୍ୟା ରେକର୍ଡ କରିଛି। ମେ’ ୧ରୁ ୧୫ ଭିତରେ ୨୨ଲକ୍ଷ ୫୫ ହଜାର ୮୩୭ ଜଣ ଯାତ୍ରୀ ମୋ ବସ୍‌ ବ୍ୟବହାର କରିଛନ୍ତି। ଏହା ସର୍ବକାଳୀନ ରେକର୍ଡ ବୋଲି କ୍ରୁଟ୍‌ କହିଛି।

ବର୍ତ୍ତମାନ ୩୨ଟି ରୁଟ୍‌ରେ ଚଳାଚଳ କରୁଥିବା ୨୨୫ଟି ମୋ’ ବସ୍‌ରେ ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହରରେ ଦୈନିକ ହାରାହାରି ୧.୫ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇ-ରିକ୍ସା ସେବା ଆରମ୍ଭ ହୋଇଛି। କ୍ରୁଟ୍‌ ଅଞ୍ଚଳରେ ଆଭ୍ୟନ୍ତରରେ ସେବା ପ୍ରଦାନ ପାଇଁ ୧୦୦ ମିନିବସ୍ ଚାଲିବାକୁ ଯୋଜନା ହୋଇଛି। ଅର୍ଥାତ୍‌ ଲୋକଙ୍କ ଘର ପାଖରୁ ମିନିବସ୍‌ ଲୋକଙ୍କୁ ଆଣି ମୋ’ ବସ୍‌ ଷ୍ଟାଣ୍ଡରେ ପହଞ୍ଚାଇବ। ସେଠାରୁ ଗନ୍ତବ୍ୟସ୍ଥଳକୁ ଲୋକ ଯାଇ ପାରିବେ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ବରରେ ଇ-ବସ୍‌ ଚଳାଇବାକୁ ୨୦୧୯ରେ ଯୋଜନା ହୋଇଥିଲା। ୩ଟି ଇ-ବସ୍‌ ନିର୍ମାଣକାରୀ ସଂସ୍ଥା ଭୁବନେଶ୍ବରରେ ଡେମୋ ମଧ୍ୟ ଦେଖାଇଥିଲେ। ହେଲେ କରୋନା ଯୋଗୁଁ ଯୋଜନା ଆଗକୁ ଯାଇପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe