ଇ-ବସ୍‌ ଦୁଇ ଦିନ ବନ୍ଦ

Advertisment
ଇ-ବସ୍‌ ଦୁଇ ଦିନ ବନ୍ଦ

Kalinga TV

ଭୁବନେଶ୍ବର: ମରାମତି ପାଇଁ ଶନିବାର ଓ ରବିବାର ରାଜଧାନୀରେ ଇ-ବସ୍ ସେବା ବନ୍ଦ ରହିଛି। ଆଜି ରୁଟ୍‌ ନଂ-୯, ୧୧, ୧୨, ୨୩, ୨୫, ୨୭, ୨୮, ୩୨, ୩୪ ଓ ୩୯ରେ ଇ-ବସ୍‌ ଚଳାଚଳ କରିନଥିବା ବେଳେ ଆସନ୍ତାକାଲି ମଧ୍ୟ ସେବା ବନ୍ଦ ରହିବ ବୋଲି କ୍ରୁଟ୍‌ ସୂଚନା ଦିଆଯାଇଛି। ତେବେ ଏତେ କମ୍‌ ଦିନ ଭିତରେ ଇ-ବସ୍‌‌ରେ ଏମିତି କ’ଣ ତ୍ରୁଟି ଦେଖାଗଲା ଯେ ଏକ ସମୟରେ ସବୁ ଇ-ବସ୍‌ର ମରାମତି ଲୋଡ଼ା ପଡ଼ିଲା, ସେ ନେଇ ପ୍ରଶ୍ନ ଉଠିଛି। ବସ୍‌ ବନ୍ଦ ନେଇ କ୍ରୁଟ୍‌ ଟ୍ବିଟ୍‌ କରିବା ପରେ ଯାତ୍ରୀମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି।

ବିକଳ୍ପ ବ୍ୟବସ୍ଥା ନକରି ହଠାତ୍‌ କାହିଁକି ବନ୍ଦ କରି ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି। ପୂର୍ବରୁ ଜିଜିପି କଲୋନିରେ ରାସ୍ତାକାମ ହେଉଥିବା ଆଳରେ ମାଷ୍ଟର କ୍ୟାଣ୍ଟିନ୍‌-ହାଇଟେକ୍‌ ମୋ’ ବସ୍‌କୁ ବାତିଲ କରାଯାଇଥିଲା। ପ୍ରବଳ ବିରୋଧ ପରେ ରୁଟ୍‌ ବଦଳାଇ ବସ୍‌ ଚଳାଇବାକୁ କ୍ରୁଟ୍‌ ବାଧ୍ୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe