ପୁଲିସ ସେବା ଭବନରେ ଇ-ଫାଇଲ୍‌, କାଗଜପତ୍ରକୁ ନା’

Advertisment
ଅସଜଡ଼ା କମିସନରେଟ୍ ଭିତ୍ତିଭୂମି : ଭୁବନେଶ୍ୱରରେ ଦ୍ବିତୀୟ ଡିସିପି କେବେ?

ଭୁବନେଶ୍ୱର : ଫାଇଲ୍‌ ଆଣିବେନି କି ନିଜେ ଆସି ଗହଳି କରିବେନି। ସବୁ ହେବ ଇ-କାରବାର। ରାଜ୍ୟ ସରକାରଙ୍କ ସିଏମ୍‌ଜିଆଇ (ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍‌) ପକ୍ଷରୁ ପୁଲିସ ସେବା ଭବନ ପରିସରରେ ଇ-ଅଫିସ୍‌ ବ୍ୟବସ୍ଥା ସଂସ୍ଥାପନ ହେବା ପରେ ବିନା ଫାଇଲ୍‌ରେ ସମସ୍ତ ଅଫିସ କାମ ଆରମ୍ଭ ହୋଇଛି। ଏ ନେଇ ପୁଲସ କମିସନର ଏକ ଆଦେଶନାମା ଜାରି କରିଛନ୍ତି। ସମସ୍ତ ଫାଇଲ୍‌ ଇ-ଅଫିସ୍‌ ଜରିଆରେ କମିସନରଙ୍କ ପାଖକୁ ଆସିବ। କୌଣସି ପ୍ରକାରର ହାର୍ଡ କପି ଗ୍ରହଣ କରାଯିବ
ନାହିଁ।

ଅନେକ ପୂର୍ବରୁ ସରକାର ଇ-ଅଫିସ୍‌ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏବେ କୋଭିଡ୍‌ ମୁକାବିଲାରେ ପୁଲିସ ସବୁଠାରୁ ସମ୍ବେଦନଶୀଳ ରହିଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ କମିସନରେଟ୍‌ ପୁଲିସ ଏହି ଯୋଜନା କାର୍ଯ୍ୟକ୍ଷମ କରିଛି। ଛୁଟି ଆବେଦନ ଠାରୁ ଅଭିଯୋଗପତ୍ର ଓ ବିଭିନ୍ନ ଆଦେଶନାମା କମ୍ପ୍ୟୁଟର ଜରିଆରେ କର୍ମଚାରୀଙ୍କ ପାଖରୁ ସମସ୍ତ କାଗଜପତ୍ର କମିସନରଙ୍କ ପାଖକୁ ଆସିବ। କମ୍ପ୍ୟୁଟରରେ ହିଁ କମିସନରଙ୍କ ସ୍ବୀକୃତି ଲାଭ କରିବ। ଫଳରେ ଫାଇଲ୍‌ ବୋଝ କମିବା ସହ ଅଯଥା କର୍ମଚାରୀ ଅଫିସ୍‌ରୁ ଅଫିସ୍‌ ଆସିବେ ନାହିଁ। ଏବେ କୋଭିଡ୍‌ ପାଇଁ କଟକଣା ଥିବା ଏବଂ ସାମାଜିକ ଦୂରତ୍ବ ବଜାୟ ରକ୍ଷା କରିବା ଜରୁରୀ ଥିବାରୁ ଏହି ଇ-ଅଫିସ୍‌ ବେଶ୍‌ ଫଳପ୍ରଦ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe