Advertisment

ଓଡ଼ିଆ ଭାଷା ପ୍ରଚାରରେ ସଂଗ୍ରାମଙ୍କ ଇ-ମାଗାଜିନ୍‌ ‘ନବପଲ୍ଲବ’

Advertisment
ଓଡ଼ିଆ ଭାଷା ପ୍ରଚାରରେ ସଂଗ୍ରାମଙ୍କ ଇ-ମାଗାଜିନ୍‌ ‘ନବପଲ୍ଲବ’

ଭୁବନେଶ୍ୱର: ଆଜି ଥିଲା ବିଶ୍ୱ ମାତୃଭାଷା ଦିବସ। ଆମ ମାତୃଭାଷା ଓଡ଼ିଆର ପ୍ରଚାର ପ୍ରସାର ସାଙ୍ଗକୁ ଏହାକୁ ଅଧିକ ଲୋକାଦୃତ କରିବା ପାଇଁ ବିଭିନ୍ନ ମହଲରେ ଅକ୍ଳାନ୍ତ ପ୍ରଚେଷ୍ଟା ଚାଲିଥିବା ବେଳେ ଯୁବପିଢ଼ି ଯେ ଓଡ଼ିଆକୁ ମୁହଁ ମୋଡ଼ୁଛନ୍ତି ଏହି ଧାରଣା ସମସ୍ତଙ୍କର ରହିଛି। ଏଭଳି ଏକ ଧାରଣାକୁ ଭୁଲ ପ୍ରମାଣ କରିଛନ୍ତି ଭଦ୍ରକର ୨୩ ବର୍ଷୀୟ ଯୁବକ ସଂଗ୍ରାମ କେଶରୀ ସେନାପତି। ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଲୋକମାନଙ୍କୁ ମାଗଣାରେ ଓଡ଼ିଆ ପତ୍ରିକା ପାଠ କରିବାର ସୁଯୋଗ ଦେବା ପାଇଁ ସେ ଖୋଲିଛନ୍ତି ଇ-ମାଗାଜିନ୍‌ ‘ନବପଲ୍ଲବ’। ଖାଲି ସେତିକି ନୁହେଁ, ଓଡ଼ିଆ ବୁଝିପାରୁଥିବା ଅଣଓଡ଼ିଆଙ୍କ ପାଇଁ ମଧ୍ୟ ସେ ନବପଲ୍ଲବ ଅଡିଓ ମାଗାଜିନ୍‌ ସୁବିଧା ଉପଲବ୍ଧ କରାଇଛନ୍ତି। ଏହି ଅଡିଓ ମାଗାଜିନ୍‌ରେ ଗଳ୍ପ, କବିତା, ଉପନ୍ୟାସ ଓ ଲେଖା ସବୁକୁ ପଢ଼ି ପଢ଼ି ରେକର୍ଡିଂ କରାଯାଇଥାଏ। ଫଳରେ ଦେଖିପାରୁ ନ ଥିବା ଲୋକ କିମ୍ବା ଓଡ଼ିଆ ପଢ଼ି ପାରୁ ନ ଥିବା କିନ୍ତୁ ବୁଝିପାରୁଥିବା ବ୍ୟକ୍ତି ଏହା ଦ୍ୱାରା ଉପକୃତ ହେଉଛନ୍ତି। ପୁଣି ଯୁବପିଢ଼ିଙ୍କ ପାଇଁ ରହିଛି ନବପଲ୍ଲବ ଓଡ଼ିଆ-ଇ-ମାଗାଜିନ୍‌ ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌। ଗତ ବର୍ଷ ଡିସେମ୍ବରରୁ ସଂଗ୍ରାମ ଓ ତାଙ୍କ ବନ୍ଧୁ ତାପସ ରଞ୍ଜନ ମିଶି ଏହି ଇ-ପତ୍ରିକା ଆରମ୍ଭ କରିଥିଲେ। ବର୍ତ୍ତମାନ ଏଥିରେ ୧୫ରୁ ଅଧିକ ସଦସ୍ୟ ସ୍ୱେଚ୍ଛାକୃତ ଭାବେ ନିଜ ଲେଖା ଦେଉଥିବା ବେଳେ ବହୁ ସାହିତ୍ୟିକ ମଧ୍ୟ ଏଥିରେ ସାମିଲ୍‌ ହେଲେଣି। ପୁଣି ଭଦ୍ରକରୁ ଯାଇ ବେଙ୍ଗାଲୁରୁରେ ରହୁଥିବା ସଂଗ୍ରାମ ସେଠାକାର ଲୋକଙ୍କର ଏହାକୁ ନେଇ ଭଲ ପ୍ରତିକ୍ରିୟା ରହିଛି ବୋଲି କହିଛନ୍ତି। ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ଯୁଗରେ ଇ-ପତ୍ରିକା ବହୁ ଉପାଦେୟ ପ୍ରମାଣିତ ହେବା ସହ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ତୁଲାଇବ ବୋଲି ସେ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe