ଆଜିଠୁ ଇ-ସାଇମୁନ୍‌-୨୦୨୧, ସାମିଲ ହେବେ ୨୦ ଦେଶର ହଜାରେ ଅତିଥି

Advertisment

ମୁଖ୍ୟଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌

ମୁଖ୍ୟଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌

ଦିନକ ପାଇଁ ଶପଥଗ୍ରହଣ ଚର୍ଚ୍ଚା ବଢ଼ିଲା; ରାଜ୍ୟପାଳ ଆସିଲେ, ଆଜି ପୁଣି ହରିଆନା ଫେରିଯିବେ

Facebook

ଚନ୍ଦ୍ରଶେଖରପୁର : ପୂର୍ବ ଭାରତର ସର୍ବବୃହତ ମଡେଲ୍ ୟୁନାଇଟେଡ଼୍ ନେସନ୍‌ସ୍ (ସାଇମୁନ୍‌)ର ନବମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବ। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦ୍ବାରା ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟସ୍ତରର ଅନଲାଇନ୍ ସମ୍ମିଳନୀ ଦୁଇ ଦିନ ଧରି ଚାଲିବ। ଏଥିରେ ଦେଶର କୋଣ ଅନୁକୋଣରୁ ୬୨ଟି ସ୍କୁଲର ଏକ ହଜାରରରୁ ଜାତୀୟ ପ୍ରତିନିଧି ଅଂଶଗ୍ରହଣ କରିବେ। ଏଥିସହ ୨୦ଟି ଦେଶରୁ ଅନ୍ତର୍ଜାତୀୟ ପ୍ରତିନିଧି ଅନଲାଇନ୍‌ରେ ସାମିଲ୍ ହେବେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ବେଳେ ଆମେରିକାର ସ୍ଥାୟୀ ପ୍ରତିନିଧି ଏଚ୍‌ଇ ଡେମ୍ ବାରବରା ଉଡୱାଡ୍‌ ସମ୍ମାନିତ ଅତିଥି ଓ ସେଣ୍ଟର ଫର୍ ଏନଭର୍ଣ୍ଣମେଣ୍ଟ ଏଜୁକେସନ୍‌ର ସିନିୟର ପ୍ରୋଗ୍ରାମ୍ ଡାଇରେକ୍ଟର ପ୍ରଭଜୋନ୍‌ ସୋଢ଼ୀ ମୁଖ୍ୟବକ୍ତା ଓ ୟୁଏନ୍‌ଡିପିର ଡେପୁଟି ରେସିଡେଣ୍ଟ ରିପ୍ରେଜେଣ୍ଟିଭ୍ ନଦିଆ ରସିଦ୍ ଯୋଗଦେବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ବ ଗଢ଼ିବା, ଆପୋଷ କଥାବାର୍ତ୍ତା ମାଧ୍ୟମରେ ବିଶ୍ବର ବିଭିନ୍ନ ସମସ୍ୟାର ସମାଧାନର ଉପାୟ ବାହାର କରିବା, ପରସ୍ପର ମଧ୍ୟରେ ସମ୍ପର୍କ ବୃଦ୍ଧି ଆଦି ପ୍ରସଙ୍ଗରେ ଆଲୋଚନା ହେବ।

ଆଲୋଚନା ପରେ ବିଭିନ୍ନ ସମସ୍ୟାର ସମାଧାନର ସରଳ ଉପାୟ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟକୁ ପଠାଯିବ। ଏହି ସମ୍ମିଳନୀ ସମ୍ପର୍କରେ ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଶିଳ୍ପୀ ସାହୁ କହିଛନ୍ତି ଯେ, ସାଇମୁନ୍ ଏମିତି ଏକ କାର୍ଯ୍ୟକ୍ରମ ଯାହା ଛାତ୍ରଛାତ୍ରୀଙ୍କୁ ସମସାମୟିକ ଆନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିବ। ଏଥିସହ ବହୁ ସଂଖ୍ୟକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କ ସହ ଅନଲାଇନ୍‌ରେ ମିଶିବାର ସୁଯୋଗ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe