ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ରେ ଇ-ସାଇମୁନ୍ ୨୦୨୧ ଉଦ୍‌ଯାପିତ: ‘ସାରା ବିଶ୍ୱ ଗୋଟିଏ ପରିବାର’ ବାର୍ତ୍ତାଦେଲେ ୨୦ ଦେଶର ଛାତ୍ରଛାତ୍ରୀ

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ରେ ଇ-ସାଇମୁନ୍ ୨୦୨୧ ଉଦ୍‌ଯାପିତ: ‘ସାରା ବିଶ୍ୱ ଗୋଟିଏ ପରିବାର’ ବାର୍ତ୍ତାଦେଲେ ୨୦ ଦେଶର ଛାତ୍ରଛାତ୍ରୀ

Justdial

ଚନ୍ଦ୍ରଶେଖରପୁର, ୩୧/୭ (ଇମିସ): ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦ୍ୱାରା ଆୟୋଜିତ ପୂର୍ବ ଭାରତର ସର୍ବବୃହତ ମଡେଲ୍ ୟୁନାଇଟେଡ଼୍ ନେସନ୍‌ସ (ସାଇମୁନ୍)ର ନବମ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି। ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ୍ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆମେରିକା ଜାତିସଂଘର ସ୍ଥାୟୀ ପ୍ରତିନିଧି ଏଚ୍ଇ ଡେମ୍ ବାରବରା ଉଡୱାଡ଼୍, ମୁଖ୍ୟବକ୍ତା ଭାବେ ସେଣ୍ଟର ଫର୍ ଏନଭର୍ଣ୍ଣମେଣ୍ଟ ଏଜୁକେସନ୍‌ର ସିନିୟର ପ୍ରୋଗ୍ରାମ ଡାଇରେକ୍ଟର ପ୍ରଭଜୋନ୍ ସୋଢ଼ୀ, ୟୁଏନଡିପିର ଡେପୁଟି ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ୍‌ ନଦିଆ ରସିଦ୍ ଏବଂ ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଚେୟାରପର୍ସନ ଶିଳ୍ପୀ ସାହୁ ଯୋଗଦେଇଥିଲେ।

ଏଥିରେ ବିଶ୍ୱର ୨୦ଟି ଭିନ୍ନ ଭିନ୍ନ ଦେଶର ୬୨ଟି ସ୍କୁଲର ୧ ହଜାରରୁ ଅଧିକ ଆନ୍ତର୍ଜାତୀୟ ପ୍ରତିନିଧି ଅନଲାଇନ୍‌ରେ ସାମିଲ୍ ହୋଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ ଗଢ଼ିବା, ଆପୋଷ କଥାବାର୍ତ୍ତା ମାଧ୍ୟମରେ ପୃଥିବୀର ବିଭିନ୍ନ ସମସ୍ୟାର ସମାଧାନର ଉପାୟ ବାହାର କରିବା, ପରସ୍ପର ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ବିଶ୍ୱର ବର୍ତ୍ତମାନର ବଡ଼ ସମସ୍ୟା କୋଭିଡ୍‌-୧୯ର ଟିକା, ଚିକିତ୍ସା ଉପକରଣ, ପିପିଇ କିଟ୍, ମାସ୍କ, ଅମ୍ଳଜାନ ସିଲିଣ୍ଡର ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଇରାକ, ଇଥିଓପିଆ, ହାଇତି ଆଦି ଦେଶଗୁଡ଼ିକରେ ଅର୍ଥନୈତିକ ଏବଂ ଖାଦ୍ୟ ସଙ୍କଟ ପାଇଁ ବିଶ୍ୱର ସହାୟତା ଲୋଡ଼ିଥିଲେ। ଇସ୍ରାଏଲ୍ ପାଲେଷ୍ଟାଇନ୍ ଅସ୍ତ୍ରବିରତି ବିବାଦର ଜାତିସଂଘରେ ଶାନ୍ତି ସମାଧାନ ଉପରେ ବିଚାର ବିମର୍ଷ କରାଯାଇଥିଲା। ସେହିପରି ବିଭିନ୍ନ ଦେଶର ସାଂସ୍କୃତିକ ସମ୍ପତ୍ତିର ବେଆଇନ୍ କାରବାର ଏବଂ ଆଇନ୍ ପ୍ରଣୟନ ବିଷୟରେ ଚିନ୍ତା ପ୍ରକଟ କରାଯାଇଥଲା। ସ୍ୱଦେଶୀ ଭାଷାଗୁଡ଼ିକର ସୁରକ୍ଷା ପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁତ୍ୱାରୋପ କରାଯାଇଥିଲା। ଆଲୋଚନା ପରେ ବିଭିନ୍ନ ସମସ୍ୟାର ସମାଧାନର ସରଳ ଉପାୟ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରେରିତ କରାଯାଇଥିଲା। ‘ବସୁଧୈବ କୁଟୁମ୍ବକମ୍’ ସାରା ବିଶ୍ୱ ଗୋଟିଏ ପରିବାର ଶୀର୍ଷକ ବାର୍ତ୍ତାନେଇ ସାଇମୁନ୍‌ ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଥିବା ବିଭିନ୍ନ ଦେଶର ଛାତ୍ରଛାତ୍ରୀମାନେ ବିଦାୟ ନେଇଥିଲେ।

ପ୍ରତିନିଧିଙ୍କ ମୁହଁରୁ...

।ବିଶ୍ୱର ପ୍ରମୁଖ ସମସ୍ୟା କୋଭିଡ୍‌-୧୯ ଉପରେ ଆଲୋଚନା ହୋଇଥିଲା। ଭୌଗୋଳିକ ପରିସ୍ଥିତି, ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ନିରାପତ୍ତା ଏବଂ ବିବାଦ ଗୁଡ଼ିକର ସମସ୍ୟାଗୁଡ଼ିକୁ ବିସ୍ତୃତ ଭାବେ ଆଲୋଚନା ଓ ଏହାର ସମାଧାନ ଉପରେ ଅତିଥିମାନେ ମତ ରଖିଥିଲେ। ସାଇମୁନ୍‌ର ଏପରି ଏକ ଖୋଲା ପ୍ଲାଟଫର୍ମରୁ ମୁଁ ବହୁତ କିଛି ଶିଖିବାକୁ ପାଇଲି।
-ଇମୋତୋ ହିତୋମି, ଜାପାନ
।ମୋର ୟୁଏନ୍ ମଡେଲ ବିଷୟରେ ସମ୍ୟକ୍ ଧାରଣା ଥିଲା। ସାଇମୁନ୍‌ରେ ଭାଗନେଇ ଏହାର କାର୍ଯ୍ୟଶୈଳୀ ବିଷୟରେ ବହୁତ କିଛି ଜାଣିବାକୁ ପାଇଲି। ବିଶେଷ କରି ଏହି ମେଗା ଇଭେଣ୍ଟରେ କୁଟନୈତିକ, ଅନ୍ତର୍ଜାତୀୟ ସମ୍ପର୍କ, ମିଳିତ ଜାତିସଂଘ ଓ ଶାନ୍ତିପୂର୍ଣ୍ଣ ବିବାଦ ବିଷୟରେ ଜ୍ଞାନ ଆହରଣ କରିପାରିଲି।
-ଅସୀମ ମହମ୍ମମ ସଲିମ୍‌, ସାଉଦି ଆରବ
।ଏହି ଦୁଇଦିନିଆ କନଫରେନ୍ସର ପ୍ରତ୍ୟେକ ମିନିଟ୍ ଉତ୍ସାହରେ ପରିପୂର୍ଣ୍ଣ ଥିଲା। ନିଜର ଚିନ୍ତାଧାରାକୁ ପ୍ରକାଶ କରିବାର ଏକ ସୁନ୍ଦର ପ୍ଳାଟଫର୍ମ ଥିଲା। କାର୍ଯ୍ୟନିର୍ବାହୀ ବୋର୍ଡ ଅନ୍ୟ ଅଂଶଗ୍ରହଣକାରୀ ମାନଙ୍କର ଅଭିଜ୍ଞତାକୁ ନେଇ ବିଶ୍ୱସ୍ତରର ଆଲୋଚନା ଏବଂ ବିଭିନ୍ନ ସମସ୍ୟାର ଆଭିମୁଖ୍ୟ ଉପରେ ଆଲୋଚନା ଏବଂ ସମାଲୋଚନା ବେଶ ଶିକ୍ଷଣୀୟ ଥିଲା।
-ଓଡ଼ିଶା ପଟ୍ଟନାୟକ, ଭାରତ
।ସାଇମୁନ୍‌ରେ ଅଂଶଗ୍ରହଣ କରି ମୁଁ ବେଶ୍ ଆନନ୍ଦିତ। ବିଶ୍ୱର କୋଣ ଅନୁକୋଣରୁ ଅନେକ ପ୍ରତିନିଧିଙ୍କ ସହ କଥା ହେବାର ସୁଯୋଗ ମିଳିଲା। ସାଇମୁନ୍‌ର ଅନ୍ୟ ଏକ ଅଂଶ ଭାବରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବ୍ୟାକରଣ ଓ ଶବ୍ଦକୋଷ ଉପରେ ନିଜର ଜ୍ଞାନ କେତେମାତ୍ରାରେ ରହିଛି ଏହାକୁ ପରଖିହେବ।
-ଥୋମାସ୍ ଆରବୋର୍‌, ଅଷ୍ଟ୍ରେଲିଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe