ଇ-ସାଇମୁନ୍‌ ୨୦୨୧ ଉଦ୍‌ଘାଟିତ: ନେତୃତ୍ବ ନେବାକୁ ପ୍ରଚେଷ୍ଟା କର: ରାଜ୍ୟପାଳ

ଭର୍ଚୁଆଲ୍‌ ମାଧ୍ୟମରେ ଯୋଗ ଦେଲେ ୨୦ ଦେଶର ପ୍ରତିନିଧି

କଟକରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଖୋଲିବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦ୍ୱାରା ଆୟୋଜିତ ପୂର୍ବ ଭାରତର ସର୍ବବୃହତ ମଡେଲ୍ ୟୁନାଇଟେଡ୍‌ ନେସନ୍ସ (ସାଇମୁନ୍‌)ର ନବମ ସଂସ୍କରଣ ଉଦ୍‌ଘାଟିତ ହୋଇଛି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ଏହି ସମ୍ମିଳନୀ ମାଧ୍ୟମରେ ଛାତ୍ରଛାତ୍ରୀ ସାରା ବିଶ୍ୱକୁ ଏକ ପରିବାର କରିବାର ପ୍ରୟାସ ଉଲ୍ଲେଖନୀୟ। ମହାନ୍ ଭାବୁକ ବା ଦାର୍ଶନିକଙ୍କ ମତରେ ସବୁ କିଛି ଈଶ୍ବରଙ୍କ ମାଧ୍ୟମରେ ମିଳିଥାଏ। ସମସ୍ତଙ୍କୁ ଈଶ୍ୱର ଆଲୋକ ପ୍ରଦାନ କରିଛନ୍ତି। ତେଣୁ ନିଜ ଭିତରେ ଥିବା ଜ୍ଞାନର ଆଲୋକକୁ ବିସ୍ତାର କରି ଭବିଷ୍ୟତରେ ଜଣେ ଜଣେ ଲିଡର ହେବାର ପ୍ରଚେଷ୍ଟା ଜାରି ରଖିବାକୁ ସେ ଆହ୍ବାନ ଦେଇଥିଲେ।

ଆମେରିକା ଜାତିସଂଘର ସ୍ଥାୟୀ ପ୍ରତିନିଧି ଏଚ୍‌ଇ ଡେମ୍ ବାରବରା ଉଡୱାଡ଼୍ ସମ୍ମାନିତ ଅତିଥି, ସେଣ୍ଟର ଫର୍‌ ଏନଭର୍ଣ୍ଣମେଣ୍ଟ ଏଜୁକେସନ୍‌ର ସିନିୟର ପ୍ରୋଗାମ୍ ଡାଇରେକ୍ଟର ପ୍ରଭଜୋନ୍‌ ସୋଢ଼ୀ ମୁଖ୍ୟବକ୍ତା, ୟୁଏନ୍‌ଡିପିର ଉପ ଆବାସିକ ପ୍ରତିନିଧି ନଦିଆ ରସିଦ୍‌ ଓ ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଅଧ୍ୟକ୍ଷା ଶିଳ୍ପୀ ସାହୁ ଯୋଗଦେଇଥିଲେ। ଏଥିରେ ବିଶ୍ୱର ୨୦ଟି ଦେଶର ୬୨ଟି ସ୍କୁଲର ଏକ ହଜାରରୁ ଅଧିକ ପ୍ରତିନିଧି ଅନ୍‌ଲାଇନ୍‌ରେ ସାମିଲ୍ ହୋଇଥିଲେ। ଭାରତ ସମେତ ଆମେରିକା, ଇଂଲଣ୍ଡ, ୟୁଏଇ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ସାଉଦି ଆରବ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଜାପାନ, ୟୁକ୍ରେନ୍‌, ନେପାଳ, ହଙ୍ଗ୍‌କଙ୍ଗ୍‌, ପୋଲାଣ୍ଡ, ଓମାନ୍‌, ଇଣ୍ଡୋନେସିଆ, ମରୋକୋ, ଇଜିପ୍ଟ, ବାଂଲାଦେଶ, ଉଗାଣ୍ଡା ଆଦି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ନେତୃତ୍ୱ ଗଢ଼ିବା, ଆପୋଷ କଥାବାର୍ତ୍ତା ମାଧ୍ୟମରେ ବିଶ୍ବର ବିଭିନ୍ନ ସମସ୍ୟାର ସମାଧାନର ଉପାୟ ବାହାର କରିବା, ପରସ୍ପର ମଧ୍ୟରେ ସମ୍ପର୍କ ବୃଦ୍ଧି ଆଦି ବିଷୟରେ ଆଲୋଚନା ହୋଇଛି। ଆଲୋଚନା ପରେ ବିଭିନ୍ନ ସମସ୍ୟାର ସମାଧାନର ସରଳ ଉପାୟ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟକୁ ପଠାଯିବ ବୋଲି ସ୍କୁଲ କର୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe