ସତ୍‌ ଉପାୟରେ ଧନ ଅର୍ଜନ କର: ଶତାବ୍ଦୀର କଳାକାର ପକ୍ଷରୁ ନାଟକ ‘ଟଙ୍କା ଗଛ’

Advertisment

ପୁଞ୍ଜିବାଦୀ ସମାଜରେ ସମସ୍ତେ ଧାଇଁଛନ୍ତି ଅସତ୍ ଉପାୟରେ ଧନ ସଂଗ୍ରହ କରି ଧନୀ ହେବାକୁ। କିନ୍ତୁ ଅବସରପ୍ରାପ୍ତ ପିତା ବୀରବର ବାବୁ ଚାହାନ୍ତି ତାଙ୍କ ପିଲାମାନେ ସତ୍‌ ଉପାୟରେ ଅର୍ଥ ଉପାର୍ଜନ କରନ୍ତୁ।

ପୁଞ୍ଜିବାଦୀ ସମାଜରେ ସମସ୍ତେ ଧାଇଁଛନ୍ତି ଅସତ୍ ଉପାୟରେ ଧନ ସଂଗ୍ରହ କରି ଧନୀ ହେବାକୁ। କିନ୍ତୁ ଅବସରପ୍ରାପ୍ତ ପିତା ବୀରବର ବାବୁ ଚାହାନ୍ତି ତାଙ୍କ ପିଲାମାନେ ସତ୍‌ ଉପାୟରେ ଅର୍ଥ ଉପାର୍ଜନ କରନ୍ତୁ।

hffhfhfh

ଭୁବନେଶ୍ବର: ପୁଞ୍ଜିବାଦୀ ସମାଜରେ ସମସ୍ତେ ଧାଇଁଛନ୍ତି ଅସତ୍ ଉପାୟରେ ଧନ ସଂଗ୍ରହ କରି ଧନୀ ହେବାକୁ। କିନ୍ତୁ ଅବସରପ୍ରାପ୍ତ ପିତା ବୀରବର ବାବୁ ଚାହାନ୍ତି ତାଙ୍କ ପିଲାମାନେ ସତ୍‌ ଉପାୟରେ ଅର୍ଥ ଉପାର୍ଜନ କରନ୍ତୁ। ଯିଏ ସତ୍ ଉପାୟରେ ଧନ ସଂଗ୍ରହ କରିବ, ତା’କୁ ବୀରବର ବାବୁ ତାଙ୍କ ସଞ୍ଚିତ ସମ୍ପତ୍ତିରୁ ଭାଗ ଦେବେ। ହେଲେ ତାଙ୍କର ଉପଦେଶ କେହି ଶୁଣି ନାହାନ୍ତି। ସମସ୍ତେ ଅସତ୍ ଉପାୟରେ ଧନ ସଂଗ୍ରହ କରି ଧନୀ ହେବାକୁ ଚେଷ୍ଟା କରିଛନ୍ତି। ଶେଷରେ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ଏମିତି ଏକ କାହାଣୀକୁ ନେଇ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଶତାବ୍ଦୀର କଳାକାର ମଞ୍ଚସ୍ଥ କରିଛି ନାଟକ ‘ଟଙ୍କା ଗଛ’ ଏବଂ ସତ୍‌ ଉପାୟରେ ଧନ ଅର୍ଜନ କରିବାକୁ ସତେଚନ କରିଛି। 

ଧୀର ମଲ୍ଲିକଙ୍କ ନିର୍ଦ୍ଦେଶିତ ଏହି ନାଟକର ବିଭିନ୍ନ ଭୂମିକାରେ ସନ୍ତୋଷ, କାଳୀପ୍ରସନ୍ନ, ବିଘ୍ନରାଜ, ଅଶୋକ, ଦେବାଶିଷ, ଅରବିନ୍ଦ, ନିତ୍ୟାନନ୍ଦ, ରାଜେଶ, ନରେନ୍ଦ୍ର, କଳ୍ପନା, ଭାଗ୍ୟଶ୍ରୀ ପ୍ରମୁଖ ଅଭିନୟ କରିଛନ୍ତି। ସଂଗୀତରେ ପ୍ରତାପ, ମଞ୍ଚସଜ୍ଜାରେ ସଂଗ୍ରାମ ଓ ପାଣ୍ଡିଆ, ପୋଷାକରେ ଅଶୋକ ଓ ଜିତ୍, ରୂପସଜ୍ଜାରେ ନରେନ୍ଦ୍ର, ମଞ୍ଚ ପରିଚାଳନାରେ ସୌମେନ୍ଦ୍ର ଓ ସୌମ୍ୟ, ସହନିର୍ଦ୍ଦେଶନାରେ ଅଶୋକ, ଶୁଭମ୍ ଓ ସକଳେଶ୍ବର ସହଯୋଗ କରିଛନ୍ତି। ଆଜି ସଂଧ୍ୟାର ଅତିଥି ଭାବେ କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ପ୍ରମୁଖ ଯୋଗଦେଇଥିଲେ। ସଭାପତିତ୍ୱ କରିଥିଲେ ଡ. ଗୌରହରି ଦାସ ଓ ସଭାପରିଚାଳନା କରିଥିଲେ ଶତାବ୍ଦୀର କଳାକାର ଅନୁଷ୍ଠାନର ସଂପାଦକ ଧୀର ମଲ୍ଲିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe