ରାଜଧାନୀରେ ପାଳନ ହେଲା ଆର୍ଥ ଆଓ୍ଵାର

Advertisment
ରାଜଧାନୀରେ ପାଳନ ହେଲା ଆର୍ଥ ଆଓ୍ଵାର

ଭୁବନେଶ୍ୱର: ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ପୃଥିବୀବାସୀ ପାଳିଛନ୍ତି ଆର୍ଥ ଆଓ୍ଵାର। ଘଣ୍ଟାଏ ପର୍ଯ୍ୟନ୍ତ ଅନାବଶ୍ୟକ ଲାଇଟ୍‌ ବନ୍ଦ ରଖି ଶକ୍ତି ସଂଚୟ କରିଛନ୍ତି। ରାଜଧାନୀରେ ମଧ୍ୟ ଆର୍ଥ ଆଓ୍ଵାର ପାଳନ କରାଯାଇଛି। ଅପରପକ୍ଷରେ ରାଜ୍ୟ ଉପଭୋକ୍ତା ମହାସଂଘ ଓ ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘ ମିଳିତଭାବେ ଆର୍ଥ ଆଓ୍ଵାର ପାଳନ କରିଛନ୍ତି। ଏଥିପାଇଁ ପାଓ୍ଵାର ହାଉସ ଛକରୁ ମହମବତି ଶୋଭାଯାତ୍ରା ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଶୋଭାଯାତ୍ରାକାରୀ ମହମବତି ଜାଳି ଏହାକୁ ପାଳନ କରିଥିଲେ। ଉପଭୋକ୍ତା ସଂଘର ଆହ୍ଵାନ କ୍ରମେ କମିନସରେଟ୍‌ ପୁଲିସ ମଧ୍ୟ ଆର୍ଥ ଆଓ୍ଵାର ପାଳନ କରିବାକୁ ଯାଇ କମିସନରେଟ୍‌ ପୁଲିସ ବିଲ୍‌ଡିଂର ଲାଇଟ୍‌ ବନ୍ଦ ରଖିଥିଲେ। ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡ୍‌ନି ସହରରେ ଲୋକମାନେ ଘଣ୍ଟାଏ କାଳ ଲାଇଟ୍‌ ବନ୍ଦ ରଖି ଏହାକୁ ପାଳନ କରିଥିଲେ। ୨୦୦୮ ମସିହା ପରଠାରୁ ଏହା ବିଶ୍ୱସ୍ତରରେ ପାଳନ କରାଯାଉଛି। ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆଓ୍ଵାର ପାଳନରେ ୮୦ ମେଗାଓ୍ଵାଟ ବିଦ୍ୟୁତ ବଞ୍ଚିପାରିଥିଲା। ଗତବର୍ଷ ଦିଲ୍ଲୀରେ ଆର୍ଥ ଆଓ୍ଵାର ସମୟରେ ୪ଶହରୁ ଅଧିକ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଜନସାଧାରଣ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଘଣ୍ଟାଏ ଲାଇଟ୍‌ ବନ୍ଦ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe