୧୦ ଦିନରେ ୨୩ ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇଛି ପୂର୍ବତଟ ରେଳପଥ

ପୂର୍ବତଟ ରେଳପଥରେ କେଉଁଥିପାଇଁ କେତେ

odishanewsinsight.com

ଭୁବନେଶ୍ୱର : କରୋନା ପାଇଁ ଲକ୍‌ଡାଉନ ସମୟରେ ପୂର୍ବତଟ ରେଳପଥ ୧୦ ଦିନରେ ୨୩ ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ପୂର୍ବତଟ ରେଳପଥ ଓ ଆଇଆର୍‌ସିଟିସି ମିଳିତ ଭାବେ ଏହି କାର୍ଯ୍ୟ କରାଯାଇଛି। ଏହାର ମୂଳ ରନ୍ଧନଶାଳା ଖୋର୍ଦ୍ଧାରୋଡ ଓ ବିଶାଖାପାଟଣା ଫୁଡ଼୍‌କୋର୍ଟରୁ ଖାଦ୍ୟ ପ୍ରସ୍ତୁତ କରି ଏହାର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନଗୁଡିକରେ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଇଛି। ପୂର୍ବତଟ ରେଳପଥ ଏହାର ସମସ୍ତ ଏଜେନ୍‌ସି ସହ ରେଳ ସୁରକ୍ଷା ବଳକୁ ଏଥିରେ ‌ନିୟୋଜିତ କରାଯାଇଥିଲା।

ଏହାବ୍ୟତୀତ ବିଭିନ୍ନ ବେସରକାରୀ ସଂଗଠନ, ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ, ରେଳ କର୍ମଚାରୀ ମିଳିତ ଭାବେ ଏହି ସେବା କାର୍ଯ୍ୟରେ ଯୋଗଦେବାକୁ ଆଗେଇ ଆସିଛନ୍ତି।

ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଆଇଆର୍‌ସିଟିସି ଖୋର୍ଦ୍ଧାରୋଡ଼୍ ମୂଳ ରୋଷେଇଶାଳା ଓ ବିଶାଖାପାଟଣା ଫୁଡ଼୍‌କୋର୍ଟରେ ରନ୍ଧନ କରି ୧୬,୪୦୦ ମିଲ୍ ବଣ୍ଟନ କରିଛି। ମାର୍ଚ୍ଚ ୩୦ରୁ ଆଜି ଯାଏ ଆଇଆର୍‌ସିଟିସି ୧୬,୪୦୦ଟି ମିଲ୍ ପରିବେଷଣ କରିଛି। ସମ୍ବଲପୁର, ଟିଟିଲାଗଡ଼ ଓ ବଲାଙ୍ଗୀର ଷ୍ଟେସନରେ ରେଳ ସୁରକ୍ଷା ବଳଙ୍କ ସହ ସମ୍ବଲୁପର ଶାଖାର ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ, ମାରୱାଡ଼ି ଯୁବମଞ୍ଚ ଓ କୁମୁଡ଼ା ପାହାଡ଼ ସୁରକ୍ଷା ସମିତି ମିଳିତ ଭାବେ ୭୨୯ଟି ମିଲ୍‌ ବଣ୍ଟନ କରିଛନ୍ତି। ସେହିପରି ଆଇଆର୍‌ସିଟିସି ଓ ସ୍ବେଚ୍ଛାସେବୀ ସଙ୍ଗଠନ ଗୁଡିକ ମିଳିତ ଭାବେ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ପାରାଦୀପ, ଖୋର୍ଦ୍ଧାରୋଡ଼, ବିଶାଖାପାଟଣା ଓ ବିଜୟନଗରମ୍ ଷ୍ଟେସନରେ ଖାଦ୍ୟ ପ୍ୟାକେଟ୍‌/ମିଲ୍ ନିଃସହାୟ ଲୋକଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe