ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ନିର୍ବାଚନ: ସାଧାରଣ ସମ୍ପାଦକ ଭାବେ ପୁନଃ ନିର୍ବାଚିତ ହେଲେ ରମେଶ

Advertisment
ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ନିର୍ବାଚନ: ସାଧାରଣ ସମ୍ପାଦକ ଭାବେ ପୁନଃ ନିର୍ବାଚିତ ହେଲେ ରମେଶ

ଭୁବନେଶ୍ବର: ପୂର୍ବତଟ ରେଳପଥ ଅଧୀନ ବିଶାଖାପାଟଣା ମଣ୍ଡଳ ଶ୍ରମିକ କଂଗ୍ରେସଦ୍ବାରା ଆୟୋଜିତ ନବମ ଦ୍ବିବାର୍ଷିକ ସମାବେଶ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିବା ବେଳେ ପୂର୍ବତଟ ଜୋନ୍‌ର ୭ଜଣ ମୁଖ୍ୟ ପ୍ରବନ୍ଧକଙ୍କ ସମେତ ବିଶାଖାପାଟଣା ମଣ୍ଡଳ ପ୍ରବନ୍ଧକ ଅନୁପ ଶତପଥୀ ଏବଂ ଏନ୍‌ଏଫ୍‌ଆଇଆର୍ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଏମ. ରାଘଭେୟା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମହାପ୍ରବନ୍ଧକ ବିଦ୍ୟାଭୂଷଣ ଏହି ମାସ ଶେଷରେ ଅବସର ନେଉଥିବାରୁ ତାଙ୍କୁ ଶ୍ରମିକ କଂଗ୍ରେସ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଦ୍ବିତୀୟ ଅଧିବେଶନରେ ସୁଧୀର ପାଢ଼ୀ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେବାପରେ ସଭାପତି ସମ୍ପତ କୁମାର କେନ୍ଦ୍ରୀୟ ପରିଷଦକୁ ଭଙ୍ଗ ଘୋଷଣା କରିଥିଲେ। ବାଚନିକ ଭୋଟ ମାଧ୍ୟମରେ ରମେଶ ଚନ୍ଦ୍ର ସାହୁ ସାଧାରଣ ସମ୍ପାଦକ ଭାବେ ପୁନର୍ବାର ନିର୍ବାଚିତ ହୋଇଥିଲେ। ଏହାପରେ ଶ୍ରୀ ସାହୁ ଅନ୍ୟାନ୍ୟ ସି ଓ ବି (କେନ୍ଦ୍ରୀୟ ପଦାଧିକାରୀ)ମାନଙ୍କ ନାମ ଘୋଷଣା କରିଥିଲେ। ଖୋର୍ଦ୍ଧାରୋଡ ମଣ୍ଡଳରୁ ପ୍ରମୋଦ କୁମାର ସାହାଣୀ, ସୁନୀଲ କୁମାର ଭଞ୍ଜ, ଶ୍ରୀଧର ପୁହାଣ ପ୍ରମୁଖ ପୁନଃ ନିର୍ବାଚିତ ହୋଇଥିବା ବେଳେ ନୂତନ ଭାବେ ସୁବ୍ରତ କୁମାର ପଣ୍ଡା, ଏ ଶ୍ରୀନିବାସ, ପ୍ରଭାସ ପାତ୍ର, ବିଶ୍ବନାଥ ନାୟକ ପ୍ରମୁଖ ନିର୍ବାଚିତ ହୋଇଥିଲେ। ୱାର୍କିଂ କମିଟି ମେମ୍ବର ଭାବେ ଏମ୍ ଜି କେ ରାଓ, ବିଜୟଲକ୍ଷ୍ମୀ ଦାଶ ପୁନଃ ନିର୍ବାଚିତ ହୋଇଥିବା ବେଳେ ରୁନି ବେହେରା, ସ୍ନେହଲତା ବସ୍ତିଆ, ସୁମିତ୍ରା ପଣ୍ଡା, ସଂଯୁକ୍ତା ମିଶ୍ର, ଦ୍ରୌପଦୀ ମହାରଣା, ଅର୍ପିତା ମହାନ୍ତି ପ୍ରମୁଖ ନିର୍ବାଚିତ ହୋଇଥିଲେ। ଶ୍ରମିକ ୟୁନିଅନର ପୂର୍ବତନ ଜିଏସ ସି ଏଚ୍ ଗାନ୍ଧୀ ରାଷ୍ଟ୍ରୀୟ ୱାର୍କିଂ କମିଟି ମେମ୍ବର ଭାବେ ନିର୍ବାଚିତ ହୋଇଥିଲେ। କେନ୍ଦ୍ରୀୟ କୋଷାଧ୍ୟକ୍ଷ ଆଶୁତୋଷ ମହାନ୍ତି ଆୟବ୍ୟୟର ହିସାବ ରଖିଥିଲେ। ଖୋର୍ଦ୍ଧାରୋଡ ମଣ୍ଡଳର ସମସ୍ତ ବିଜୟୀ ପାର୍ଥୀ ଆଜି ଖୋର୍ଦ୍ଧାରୋଡରେ ପହଞ୍ଚିବା କ୍ଷଣି ଶାଖା ସମ୍ପାଦକ ଏଲ ଡି ମହାନ୍ତିଙ୍କ ନେତୃତ୍ୱରେ ଶହ ଶହ କର୍ମକର୍ତ୍ତା ମଣ୍ଡଳ ସଂଯୋଜକ ଶ୍ରୀ ସାହାଣୀ ଓ ସହ ସଂଯୋଜକ ଶ୍ରୀ ଭଞ୍ଜଙ୍କ ସମେତ ଅନ୍ୟାନ୍ୟ ବିଜୟୀ ନେତାଙ୍କୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ମଣ୍ଡଳ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe