ଚନ୍ଦ୍ରଶେଖରପୁର: ପୂର୍ବତଟ ରେଳପଥର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ଆଜି ମଞ୍ଚେଶ୍ୱରସ୍ଥିତ ଟ୍ରେନିଂ ସେଣ୍ଟର ସଭାକକ୍ଷରେ ଆୟୋଜିତ ହୋଇଯାଇଛି। ଏହି ଦୁଇଦିନିଆ ବୈଠକକୁ ଭାରତୀୟ ରେଳବାଇ ପଦୋନ୍ନୀତ ଅଧିକାରୀ ଫେଡେରେସନ ଉପଦେଷ୍ଟା ଜିତେନ୍ଦ୍ର ସିଂହ ଉଦ୍ଘାଟନ କରିଥିବା ବେଳେ ଫେଡେରେସନ୍ର ସର୍ବଭାରତୀୟ ସଭାପତି ଆର.ପି. ତିୱାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଦୋନ୍ନୀତ ଅଧିକାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସଂଘ ପକ୍ଷରୁ ମଦନ ମୋହନ ପଟ୍ଟନାୟକ, ସରୋଜ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସର୍ବସମ୍ମତିକ୍ରମେ ନିର୍ବାଚନ କରାଯାଇ ସଂଘର ନୂତନ କର୍ମକର୍ତା ନିର୍ବାଚିତ ହୋଇଥିଲେ। ସଭାପତି ଭାବେ ଜବାହାରଲାଲ୍ ଜେନା, ସାଧାରଣ ସଂପାଦକ ଭାବେ ମଦନ ମୋହନ ପଟ୍ଟନାୟକ ପୁନର୍ବାର ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରୀ ସଭାପତି ଭାବେ ସରୋଜ ସାହୁ, ସଂଗଠନ ସଂପାଦକ ଭାବେ କେ.ସି. ଗୌଡ଼ା, ଉର୍ମିଳା ଦାସ ଓ ଦୟାନିଧି ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଅନ୍ୟାନ୍ୟ ପଦରେ ମଧ୍ୟ ରେଳ ଅଧିକାରୀମାନେ ନିର୍ବାଚିତ ହୋଇଛନ୍ତି।
ପୂର୍ବତଟ ରେଳପଥ ପଦୋନ୍ନିତ ଅଧିକାରୀ ସଂଘର ବୈଠକ
Advertisment
Follow Us