ସହଜ ହେଲା ନୟାଗଡ଼ ମେଧାବୀ ଶିକ୍ଷାର୍ଥୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି

ସହଜ ହେଲା ନୟାଗଡ଼ ମେଧାବୀ ଶିକ୍ଷାର୍ଥୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି

ଭୁବନେଶ୍ବର: ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କର ଏକ ସମ୍ମିଳନୀ ନୟାଗଡ଼ କେ.ସି ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ଉପସଭାପତି କେ. ଲକ୍ଷ୍ମଣ ରାଓଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ୨୦୦ରୁ ଊର୍ଧ୍ବ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଉପସ୍ଥିତ ଥିଲେ। ଗରିବ, ମେଧାବୀ ଓ ଆର୍ଥିକ ଅନଗ୍ରସର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ କିପରି ଏନ୍‌ଟିଏସ୍‌ଇ, ଅଲିମ୍ପିଆଡ୍‌ସ୍‌ ଓ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିପାରି‌ବେ, ସେ ନେଇ ସମ୍ମିଳନୀରେ ଆଲୋଚନା କରାଯାଇଥିଲ‌ା। ଏହି ଅବସରରେ ଶ୍ରୀ ରାଓ କହିଲେ, ଯେଉଁ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ଆକାଶ ଇନ୍‌ଷ୍ଟିଚ୍ୟୁଟର ଭୁବନେଶ୍ବର ଶାଖା ସାହାଯ୍ୟ କରିବ। ସେମାନେ ନୟାଗଡ଼ରେ ପରୀକ୍ଷା ଦେବା ସହ ଏନ୍‌ଟିଏସ୍‌ଇ ଓ ଅଲିମ୍ପିଆଡ୍‌ ପାଇଁ ପ୍ରସ୍ତୁତ ହୋଇପାରିବେ। ସମ୍ମିଳନୀରେ ଶିକ୍ଷକମାନଙ୍କ ମଧ୍ୟ‌ରେ ଜିତେନ୍ଦ୍ର ଶେଖର ସ୍ବାଇଁ, ସତ୍ୟରଞ୍ଜନ ଦାଶ ଓ ଅମରେନ୍ଦ୍ର ପ୍ରମୁଖ ଶିକ୍ଷକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe