ଇଡି ସ୍କାନର୍‌ରେ ଗୋଲ୍‌ଡେନ୍‌ ବାବା, ଆର୍ଥିକ କାରବାରର ହେବ ଖୋଳତାଡ଼

Advertisment
ଇଡି ସ୍କାନର୍‌ରେ ଗୋଲ୍‌ଡେନ୍‌ ବାବା, ଆର୍ଥିକ କାରବାରର ହେବ ଖୋଳତାଡ଼

m.dailyhunt.in

ଭୁବନେଶ୍ବର : ଜ୍ୟୋତିରଂଜନ ବେଉରା ଓରଫ ଗୋଲ‌ଡେନ୍‌ ବାବାକୁ ଝଟ୍‌କା। କମିସନରେଟ୍‌ ପୁଲିସ, କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା, ଆୟକର ବିଭାଗ ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କର ସମ୍ପତ୍ତି ଆକଳନ କରିବ। ଏ ନେଇ ଆଜି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗୋଲ‌ଡେନ୍‌ ବାବା ନାଁରେ ୪ଟି ଠକେଇ ମାମଲା ଥିବା ବେଳେ ଦୁଇଟି ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚ କରୁଛି। ଏତଦ୍‌ବ୍ୟତୀତ ତା’ ନାଁରେ ୧୯ରୁ ଅଧିକ ଆପରାଧିକ ମାମଲା ମଧ୍ୟ ରହିଛି।

ପ୍ରକାଶଥାଉକି ଜ୍ୟୋତିରଂଜନର ନିଜ ଘର କେନ୍ଦୁଝରରେ ହୋଇଥିବା ବେଳେ ଏଠାରେ ସେ ନୀଳାଦ୍ରିବିହାର ଅଞ୍ଚଳ‌‌ରେ ରହନ୍ତି। ସେ ବଡ଼ବିଲରେ ଥିବା ଏମ୍‌ଏସ ନ୍ୟାସନାଲ୍‌ ଏଣ୍ଟରପ୍ରାଇଜର୍ସ ନାମକ ଖଣି କମ୍ପାନିକୁ ୧୧୦ କୋଟି ଋଣ କରାଇ ଦେବାକୁ ସଂସ୍ଥା ମାଲିକ ଚରଣଜିତ ସିଂହଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଚରଣଜିତ ଏଥିପାଇଁ କେତୋଟି ଚେକ୍‌ ମଧ୍ୟ ଦେଇଥିଲେ। ଏହି ଚେକ୍‌ ଜାଲିଆତି କରି ଜ୍ୟୋତି ୧୨କୋଟି ଟଙ୍କା ଦିଲ୍ଲୀରୁ ଉଠାଇ ନେଇଥିଲେ। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ପରବର୍ତୀ ସମୟରେ ତାଙ୍କ ନାଁରେ ଲକ୍ଷ୍ମୀସାଗର ଓ ସହିଦନଗର ଥାନାରେ ଠକେଇ ଅଭିଯୋଗ ହୋଇଥିଲା। ପରବର୍ତୀ ସମୟରେ ଜଣାପଡ଼ିଥିଲା କି ଏକାଧିକ ବ୍ୟକ୍ତିବିଶେଷଙ୍କଠାରୁ ସେ ଏଭଳି ଠକେଇ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe