ଗଣଶିକ୍ଷା ମନ୍ତ୍ରୀଙ୍କ ମା’ଙ୍କର କରୋନାରେ ପରଲୋକ

Advertisment
ଗଣଶିକ୍ଷା ମନ୍ତ୍ରୀଙ୍କ ମା’ଙ୍କର କରୋନାରେ ପରଲୋକ

ଭୁବନେଶ୍ୱର: ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ମା’ ମଞ୍ଜୁଲତା ଦାଶଙ୍କର ୮୨ବର୍ଷ ବୟସରେ ଆଜି ସଂଧ୍ୟା‌‌‌ରେ କଟକସ୍ଥିତ କୋଭିଡ୍‌ ତାକ୍ତରଖାନାରେ ପରଲୋକ ହୋଇଯାଇଛି। ସେ କିଛି ବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମନ୍ତ୍ରୀ ଶ୍ରୀ ଦାଶଙ୍କ ଶିଶୁପାଳଗଡ଼ ବାସଭବନରେ ରହି ଚିକିତ୍ସିତ ହେଉଥିଲେ। ତେବେ ନିକଟରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବାରୁ ତାଙ୍କୁ କଟକର ଏକ କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ‌ରଲୋକ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ତାଙ୍କର ୪ପୁଅ ଏବଂ ଜଣେ ଝିଅ ଅଛନ୍ତି। କଟକର ସତୀଚଉରା ଶ୍ମଶାନରେ ପରିବାରବର୍ଗଙ୍କ ଉପସ୍ଥିତିରେ ଶେଷକୃତ୍ୟ ସଂପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe