୨୧୫ ଛାତ୍ରୀଙ୍କୁ ମାଲାବାରର ଶିକ୍ଷା ବୃତ୍ତି

Advertisment
୨୧୫ ଛାତ୍ରୀଙ୍କୁ ମାଲାବାରର ଶିକ୍ଷା ବୃତ୍ତି

ଭୁବନେଶ୍ବର: ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମର ଅଂଶ ସ୍ବରୂପ ୨୧୫ରୁ ଅଧିକ ଛାତ୍ରୀଙ୍କୁ ୧୭ ଲକ୍ଷ ୬୪ ହଜାର ଟଙ୍କାର ଶିକ୍ଷା ବୃତ୍ତି ପ୍ରଦାନ କରାଯାଇଛି। ଯୋଗ୍ୟତା ଆଧାରରେ ଏହି ବୃତ୍ତି ବଣ୍ଟନ କରାଯାଇଛି। ଏନେଇ ଆଜି ୟୁନିଟ୍‌-୧ ସ୍ଥିତ କମଳା ନେହରୁ ମହିଳା କଲେଜ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଭୁବନେଶ୍ବର ମଧ୍ୟ ବିଧା‌ୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ରାଜକିଶୋର ଦାସ, ଆସିଆ ବେଗମ୍, କଲେଜର ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ପଟ୍ଟନାୟକ ଓ ମାଲାବାର ଭୁବନେଶ୍ବର ଷ୍ଟୋର୍‌ର ମୁଖ୍ୟ ଅସ୍‌ନାଥ୍‌ ଯୋଗ ଦେଇଥିଲେ।

୨୦୦୭ ପରଠାରୁ ମାଲାବାର ବାଳିକା ଶିକ୍ଷା କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରୁଛି। ଏହା କଲେଜରେ ପାଠପଢ଼ୁଥିବା ଛାତ୍ରୀମାନଙ୍କୁ ବର୍ଷକୁ ୬୦୦୦ ଟଙ୍କାରୁ ୧୦ ହଜାର ଟଙ୍କାର ଶିକ୍ଷା ବୃତ୍ତି ଦେଉଛି। ଗତ ପାଞ୍ଚ ବର୍ଷ ଭିତରେ ଏହା ୫୩,୯୭୧ରୁ ଅଧିକ ଛାତ୍ରୀଙ୍କୁ ୨୫.୮୩ କୋଟି ଟଙ୍କାର ଶିକ୍ଷା ବୃତ୍ତି ପ୍ରଦାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe