ଶିକ୍ଷାବିତ୍‌ ବ୍ରଜବନ୍ଧୁ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ

Advertisment
ଶିକ୍ଷାବିତ୍‌ ବ୍ରଜବନ୍ଧୁ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍‌ ତଥା ଶିକ୍ଷା ପ୍ରଶାସକ ପ୍ରଫେସର୍‌ ବ୍ରଜବନ୍ଧୁ ମିଶ୍ରଙ୍କ ଜନ୍ମଶତବାର୍ଷିକୀ ହୋଟେଲ ଏକ୍ସିଲେନ୍ସିରେ ପାଳିତ ହୋଇଯାଇଛି। ଏହି ଅବସରରେ ‘ଶିକ୍ଷା, ଶାସନ ଓ ସଂସ୍କାର ତ୍ରିବେଣୀ ସଂଗମରେ ବ୍ରଜବନ୍ଧୁ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ସ୍ବର୍ଗତ ମିଶ୍ରଙ୍କ ପରିବାରବର୍ଗ ଯୋଗଦେଇ ସ୍ମୃତିଚାରଣ କରିଥିଲେ।

ସ୍ବର୍ଗତ ମିଶ୍ର ଓୟୁଏଟିର ରେଜିଷ୍ଟ୍ରାର୍ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଡମିନିଷ୍ଟ୍ରେଟର୍‌ ଭାବେ ବହୁ ଉଲ୍ଲେଖନୀୟ କାମ କରିଯାଇଛନ୍ତି। ସେ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥାର ଅଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକା ଚୟନ ପାଇଁ ସିଲେକ୍ସନ୍ ବୋର୍ଡର ଅଧ୍ୟକ୍ଷ ଭାବେ ଅନେକ ସଂସ୍କାରମୂଳକ ଶିକ୍ଷାନୀତି ପ୍ରବର୍ତ୍ତନ କରିଥିଲେ। ଅବସର ପରେ ସିକିମ୍ ରାଜ୍ୟ ସକାରଙ୍କ ନିମନ୍ତ୍ରଣକ୍ରମେ ସେହି ରାଜ୍ୟର ଶିକ୍ଷା ସଚିବ ଭା‌ବେ ଭାରତୀୟ ଶିକ୍ଷାନୀତିକୁ ନୂତନ ରାଜ୍ୟରେ ପ୍ରଚଳନ କରିବା ପଇଁ ବିଶେଷ ଭୂମିକା ଗ୍ରହଣ କରିଥିଲେ ବୋଲି ଅତିଥିମାନେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe