ଶିକ୍ଷାବିତ୍‌ ଚନ୍ଦ୍ରଶେଖର ପତିଙ୍କ ପରଲୋକ

Advertisment
ଶିକ୍ଷାବିତ୍‌ ଚନ୍ଦ୍ରଶେଖର ପତିଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଶିକ୍ଷାବିତ୍‌ ତଥା ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ସ୍କୁଲ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଚନ୍ଦ୍ରଶେଖର ପତିଙ୍କର ଶନିବାର ରାତି ୨ଟା ୩୦ରେ ଏକ ଘରୋଇ ହସ୍ପିଟାଲରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୮ବର୍ଷ ହୋଇଥିଲା। ଶାରୀରିକ ଅସୁସ୍ଥତା ଯୋଗୁଁ ୨୦୧୬ ମସିହାରୁ ସେ ଚିକିତ୍ସା‌ଧୀନ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁତ୍ର ସ୍ଥିତ ପ୍ରକାଶ ପତି ଏବଂ ଶକ୍ତି ପ୍ରକାଶ ପତି, ସ୍ବର୍ଗତ ପତିଙ୍କ ଭାଇ, ଭାଇ ବୋହୂ ଓ ପରିବାର ଲୋକମାନେ ଉପସ୍ଥିତ ଥିଲେ। ଆଜି ସକାଳୁ ନିକୋ ପାର୍କ ନିକଟସ୍ଥ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ଅପରାହ୍ନରେ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଦୁଇ ପୁଅ ମୁଖାଗ୍ନି ଦେଇଥିଲେ।

ସୂଚନାଯୋଗ୍ୟ ଯେ ସ୍ବର୍ଗତ ପତି ୧୯୮୫ ମସିହାରେ ମଧୁସୂଦନ ନଗରରେ ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ସ୍କୁଲ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ସମୟରେ ୟୁନିଟ-୪, ଚନ୍ଦ୍ରଶେଖରପୁର, ସହିଦନଗର, ରସୁଲଗଡ଼, ଖୋର୍ଦ୍ଧାରେ ‌ସ୍କୁଲ ଖୋଲିଥିଲେ। ସ୍କୁଲର ଲୋକପ୍ରିୟତା ବଢ଼ିବା ସହ ସାରା ରାଜ୍ୟରେ ସ୍କୁଲର ୨୫ଟି ଶାଖା ଖୋଲିଛି। ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ବହୁ ସଂସ୍ଥା ଦ୍ବାରା ସମ୍ମାନିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe