ଏଡୁରେକା ଲର୍ଣ୍ଣିଂ ସେଣ୍ଟରର ଖଣ୍ଡଗିରି ଶାଖା ଉଦ୍‌ଘାଟିତ

Advertisment
ଏଡୁରେକା ଲର୍ଣ୍ଣିଂ ସେଣ୍ଟରର ଖଣ୍ଡଗିରି ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର: ବୈଷୟିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପରେ ସଫ୍ଟ୍‌ୱେର ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଖଣ୍ଡଗିରିଠାରେ ‘ଏଡୁରେକା ଲର୍ଣ୍ଣିଂ ସେଣ୍ଟର’ର ଏକ ଶାଖା ଉଦ୍‌ଘାଟିତ ହୋଇଛି। କର୍ପୋରେଟର ସଂଯୁକ୍ତା ସୁନ୍ଦରରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ସାମ୍ୱାଦିକ ଶ୍ରୀରାମ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମଧ୍ୟରେ ଓୟୁଏଟି କମ୍ପ୍ୟୁଟର ସାଇନ୍ସ ବିଭାଗୀୟ ମୁଖ୍ୟ ଅଭିମନ୍ୟୁ ଦାଶ, ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି, ଏଡୁରେକାର ପୂର୍ବାଞ୍ଚଳ ଆଞ୍ଚଳିକ ମୁଖ୍ୟ ଜ୍ୟୋତିରଞ୍ଜନ ମିଶ୍ର, ବରମୁଣ୍ଡା ରୋଟାରି କ୍ଲବ ସମ୍ପାଦକ ଶାରଦା ଚରଣ ମହାନ୍ତି ଓ ସମାଜସେବୀ ଅଶ୍ୱିନୀ କୁମାର ସୁନ୍ଦରରାୟ ଯୋଗ ଦେଇଥିଲେ। ଖଣ୍ଡଗିରି ଶାଖାର ମୁଖ୍ୟ ପରିଚାଳିକା ସୁସ୍ୱପ୍ନା ଦାସ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe