କଦର୍ଯ୍ୟ ଅବସ୍ଥାରେ ଏକାମ୍ର କାନନ-ଜୟଦେବବିହାର ରାସ୍ତା

Advertisment
କଦର୍ଯ୍ୟ ଅବସ୍ଥାରେ ଏକାମ୍ର କାନନ-ଜୟଦେବବିହାର ରାସ୍ତା

ଖଣ୍ଡଗିରି: ଏକାମ୍ର କାନନ-ଜୟଦେବବିହାର ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ ଅବସ୍ଥାରେ ପଡ଼ିରହିଛି। ୬ ମାସ ହେଲା ରାସ୍ତା ‌ଖୋଳା ହୋଇପଡ଼ିଥିବାରୁ ଲୋକେ ଯାତାୟାତ କରିବାରେ ବଡ଼ ହନ୍ତସନ୍ତ ହେଉଛନ୍ତି। ରାସ୍ତା ଉପରେ ମାଟି ଗଦା ହୋଇ ରହିଥିବାରୁ ପ୍ରତିଦିନ ଲୋକମାନେ ଯମଯନ୍ତ୍ରଣା ଭୋଗୁଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଗେଲ୍ ଇଣ୍ଡିଆ ତରଫରୁ ଗ୍ୟାସ ପାଇପ୍ ବିଛାଇବା ପାଇଁ ଏହି ରାସ୍ତାକୁ ଖୋଳା ଯାଇଛି।

ପ୍ରାୟ ୬ ମାସ ତଳୁ କାମ ଆରମ୍ଭ ହୋଇଥିଲା। କିନ୍ତୁ ଠିକାଦାର ରାସ୍ତା ଖୋଳି ଦେଇ ପାର୍ ହୋଇଯାଇଛି। ତେଣୁ ପାଖାପାଖି ୨କିଲୋମିଟର ରାସ୍ତା ସେମିତି ଖୋଳା ହୋଇପଡ଼ିରହିଛି। ରାସ୍ତା ଅଣଓସାରିଆ ହୋଇଯାଇଥିବାରୁ ସନ୍ଧ୍ୟାରେ ଗାଡ଼ିଚାଳକମାନେ ସମସ୍ୟାରେ ପଡ଼ୁଛନ୍ତି ଓ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି। ରାସ୍ତାର ୪/୫ଟି ସ୍ଥାନରେ ୭ରୁ ୮ଫୁଟ୍‌ ଗଭୀରର ଗାତ ଖୋଳା ଯାଇଛି। ସେହିଭଳି ଏକାଧିକ ସ୍ଥାନରେ ଖୋଳା ଯାଇଥିବା ରାସ୍ତାକୁ କେବଳ ମାଟି ଘୋଡ଼ାଇ ଦିଆଯ‌ାଇଛି।

ଏବେ ବର୍ଷା ଯୋଗୁଁ ମାଟି ଦବି ଯିବାରୁ ବିଭିନ୍ନ ଗାଡ଼ି ଘଣ୍ଟା ଘଣ୍ଟା ଧରି ଫସି ରହୁଛି ଓ ଏଥିଯୋଗୁଁ ଟ୍ରାଫିକ୍ ଜାମ୍‌ ସମସ୍ୟା ସୃଷ୍ଟି ହେଉଛି। ‌ଏନେଇ ସ୍ଥାନୀୟ ୧୫ ନମ୍ବର ୱାର୍ଡ କର୍ପୋରେଟର୍‌ ପିଙ୍କି ସ୍ବାଇଁଙ୍କ କହିବା କଥା ଗତ ୩ ମାସ ହେଲା ଠିକାଦାରଙ୍କୁ ଯୋଗାଯୋଗ କରାଯାଉଥିଲେ ମଧ୍ୟ କେହି କଥା ଶୁଣୁନାହାନ୍ତି। ତେଣୁ ଖୁବ୍‌ଶୀଘ୍ର ସେ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe