BDA's 151st Authority Meeting: ଖୁବଶୀଘ୍ର ଏକାମ୍ର ରେସିଡେନ୍ସି ଆବାସ ପ୍ରକଳ୍ପ ଲୋକାର୍ପଣ: ବିଡିଏର ୧୫୧ତମ କର୍ତ୍ତୃପକ୍ଷ ବୈଠକ

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୧୫୧ତମ କର୍ତ୍ତୃପକ୍ଷ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବିଡିଏ ଅଧ୍ୟକ୍ଷ ତଥା ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁବୁଦ୍ଧିପୁରଠାରେ ବିଡିଏ ପକ୍ଷରୁ ନିର୍ମାଣ....

dgjgdjdgjcbnbn

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୧୫୧ତମ କର୍ତ୍ତୃପକ୍ଷ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବିଡିଏ ଅଧ୍ୟକ୍ଷ ତଥା ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁବୁଦ୍ଧିପୁରଠାରେ ବିଡିଏ ପକ୍ଷରୁ ନିର୍ମାଣ ହୋଇଥିବା ଏକାମ୍ର ରେସିଡେନ୍ସି ଆବାସ ପ୍ରକଳ୍ପ ଖୁବଶୀଘ୍ର ଲୋକାର୍ପଣ ହେବ ବୋଲି ଘୋଷଣା କରାଯାଇଛି। ଦୁଇ ଶୟନକକ୍ଷ(୨ ବିଏଚ୍‌କେ) ବିଶିଷ୍ଟ ଫ୍ଲାଟ୍ ପ୍ରାୟ ୬୦ ଲକ୍ଷ ଟଙ୍କା ଓ ୨୮୮ଟି ତିନି ଶୟନ କକ୍ଷ(୩ ବିଏଚ୍‌କେ) ବିଶିଷ୍ଟ ଫ୍ଲାଟ୍ ପ୍ରାୟ ୭୦ ଲକ୍ଷ ଟଙ୍କାରେ ବିକ୍ରି କରାଯିବ ବୋଲି ଜଣାପଡ଼ିଛି। 

ବିଡିଏର ୧୫୧ତମ କର୍ତ୍ତୃପକ୍ଷ ବୈଠକ
୭.୩୬ ଏକର ଜାଗାରେ ନିର୍ମାଣ ହୋଇଛି ୭୦୪ଟି ଫ୍ଲାଟ୍

ବିଡିଏର ବହୁ ପ୍ରତିକ୍ଷିତ ପ୍ରମୁଖ ଆବାସ ପ୍ରକଳ୍ପ ମଧ୍ୟରେ ଏକାମ୍ର ରେସିଡେନ୍ସି ପ୍ରକଳ୍ପ ଅନ୍ୟତମ। ଦ୍ରୁତ ଗତିରେ ବିକାଶଶୀଳ ସୁବୁଦ୍ଧିପୁର ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏକାମ୍ର ରେସିଡେନ୍ସି ଜରିଆରେ ଆଧୁନିକ, ସୌନ୍ଦର୍ଯ୍ୟପୂର୍ଣ୍ଣ ଓ ମନୋରମ ବାସସ୍ଥାନ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ୭.୩୬ ଏକର ବିସ୍ତୃତ ଜାଗାରେ ହୋଇଥିବା ଏହି ପ୍ରକଳ୍ପରେ ତିନିଟି ଟାୱାର ନିର୍ମାଣ ହୋଇଛି। ଯେଉଁଥିରେ ବେସ୍‌ମେଣ୍ଟ, ଗ୍ରାଉଣ୍ଡ୍‌ଫ୍ଲୋର୍‌ ସହ ୧୨ ମହଲା କୋଠା ରହିଛି। ଏଥିରେ ୪୧୬ଟି ଦୁଇ ଶୟନକକ୍ଷ(୨ ବିଏଚ୍‌କେ) ବିଶିଷ୍ଟ ଫ୍ଲାଟ୍ ଓ ୨୮୮ଟି ତିନି ଶୟନ କକ୍ଷ(୩ ବିଏଚ୍‌କେ) ବିଶିଷ୍ଟ ଫ୍ଲାଟ୍, ଏପରି ମୋଟ ୭୦୪ଟି ଫ୍ଲାଟ୍ ରହିଛି। ପ୍ରକଳ୍ପରେ କମ୍ୟୁନିଟି ହଲ, ରୁଫ୍‌ଟପ୍ ସୁଇମିଂ ପୁଲ, ଵାକିଂ ଟ୍ରାକ୍‌, ବାଣିଜ୍ୟିକ ଅଞ୍ଚଳ, ଶିଶୁ ଖେଳପଡ଼ିଆ, ଫିଟ୍‌ନେସ୍‌ ସେଣ୍ଟର, ସୌର ପ୍ୟାନେଲ ଜୋନ୍, ସୁନ୍ଦର ଲ୍ୟାଣ୍ଡ୍‌ସ୍କେପ୍ ସହ ଖୋଲା ଜାଗା ରହିଛି। ସେହିଭଳି ଏଥିରେ ୧୦୦ ଫୁଟ୍ ଚଉଡ଼ା ଆପ୍ରୋଚ୍ ରୋଡ୍ ଓ ପର୍ଯ୍ୟାପ୍ତ ବେସ୍‌ମେଣ୍ଟ୍‌ ପାର୍କିଂ ସୁବିଧା ରହିଛି।

ଯଦ୍ବାରା ପାର୍କିଂରେ କୌଣସି ଅସୁବିଧା ହେବନି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ଏହି ପ୍ରକଳ୍ପ ଉଚ୍ଚମାନର ସହରୀ ଜୀବନଶୈଳୀର ପ୍ରତିଶ୍ରୁତିବଦ୍ଧତାକୁ ପ୍ରତିଫଳିତ କରିବ। ଘର ଆବଣ୍ଟନର ପଦ୍ଧତି ଶୀଘ୍ର ଚୂଡ଼ାନ୍ତ ହେବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟ ରାଜଧାନୀରେ ନିଜସ୍ୱ ଘର ରଖିବା ଲୋକଙ୍କ ମହତ୍ବାକାଂକ୍ଷା ପୂରଣ କରିବ। ପ୍ରକଳ୍ପରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରିଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ଏହା ବ୍ୟତୀତ ବୈଠକରେ ନୀଳାଦ୍ରିବିହାରର ଶନିମନ୍ଦିରରୁ ଶୈଳଶ୍ରୀ ବିହାରର ଡିଏଭି ସ୍କୁଲ ରୋଡ୍‌ ଯାଏ ସିଡିପି ରୋଡ୍(ସମନ୍ୱିତ ଉନ୍ନୟନ ଯୋଜନା) ନିର୍ମାଣ, ଗୁରୁ କେଳୁଚରଣ ପାର୍କ ସ୍କୋୟାରରୁ ପଟିଆ ରେଳଷ୍ଟେସନ ଯାଏ ୪୫ ମିଟର ଚଉଡ଼ା ସିଡିପି ରୋଡ୍, ନୂଆଗାଁ-କାଟେଣି ରୋଡ୍‌ରୁ ଟିପି-୮ ଦେଇ ଯାଉଥିବା ରୋଡ୍ ସହିତ ସଂଯୋଗକାରୀ ସିଡିପି ରୋଡ୍(ସମନ୍ୱିତ ଉନ୍ନୟନ ଯୋଜନା) ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇଥିଲା। ବୈଠକରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲଚନା ଦାସ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ମହାନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ, ରାଜସ୍ବ ଆୟୁକ୍ତ(କେନ୍ଦ୍ରୀୟ ବିଭାଗ, କଟକ) ଗୁହା ପୁନମ ତାପସ କୁମାର, ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା, ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe